ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଆଜି ମେ ମାସ ୨୦ ତାରିଖ ସୋମବାର ୨୦୨୪ ଆସିକା, ଭଞ୍ଜନଗର, ସୋରଡ଼ା ବିଧାନସଭା ଆସନ ପାଇଁ ନିର୍ବାଚନ ଚାଲିଛି । ଏଥିସହ କନ୍ଧମାଳ ଓ ଆସିକା ଲୋକ ସଭା ନିର୍ବାଚନ ମଧ୍ୟ ଚାଲିଛି। ଉକ୍ତ ୩ଟି ନିର୍ବାଚନ ମଣ୍ଡଳୀରେ ୭୨୪ଟି ବୁଥ ରହିଛି। ସେଥି ମଧ୍ୟରେ ୬ଲକ୍ଷ ୭୩ ହଜାର ୬୫୩ ଭୋଟର ଅଛନ୍ତି। ଚଳିତ (୨୦୨୪) ବର୍ଷ ପିଙ୍କ୍ ବୁଥ ବଦଳରେ ୧୨୧ଟି ସଖୀ ବୁଥ ହୋଇଛି। ଉକ୍ତ ବୁଥ ଗୁଡ଼ିକରେ ନିର୍ବାଚନ ପରିଚାଳନା ପାଇଁ କେବଳ ମହିଳା କର୍ମଚାରୀ ନିୟୋଜିତ ଅଛନ୍ତି। ୩୦ଟି ଆଦର୍ଶ ବୁଥ ଏବଂ ୩ଟି ପରିବେଶ ସଚେତନତା ବୁଥ ନିର୍ମାଣ ହୋଇଛି। ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳାର ସହ ହୋଇପାରିବ ସେଥିପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହ ବିଭିନ୍ନ ଅଞ୍ଚଳରେ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଜୋରଦାର କରାଯାଇଛି। ଭଞ୍ଜନଗର, ସୋରଡ଼ା ଓ ପୋଲସରା ନିର୍ବାଚନ ମଣ୍ଡଳୀରେ ସୁରକ୍ଷା ଦାୟିତ୍ୱରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ବାତି ଏସ. କୁମାରୀ ରହିଛନ୍ତି। ତାଙ୍କ ଅଧୀନରେ ୩ଜଣ ଆଡିସିନାଲ ଏସପି ଓ ୬ଜଣ ଡ଼ିଏସପି ରହିଛନ୍ତି।ଏଥିସହ ବିଭିନ୍ନ ପୁଲିସ ଅଧିକାରୀ ଓ ମୋବାଇଲ ପାର୍ଟି ନିର୍ବାଚନ ସ୍ଥିତି ଉପରେ ନଜର ରଖିଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା କରି କିଭଳି ସୁରୁଖୁରୁରେ ନିର୍ବାଚନ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି।ଏଥିରେ ଯଦି କେହି ବିଶୃଙ୍ଖଳା ସୃଷ୍ଟି କରେ ସେଠାରେ ପୁଲିସ ତୁରନ୍ତ ପହଞ୍ଚି ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ପ୍ରସ୍ତୁତ ରହିଛି। ତେଣୁ ସମସ୍ତେ ନିର୍ବାଚନରେ ସହଯୋଗ କରିବା ପାଇଁ ଦାୟିତ୍ୱରେ ଥିବା ଗଜପତି ଏସପି ସ୍ବାତି ଏସ. କୁମାରୀ ଗତକାଲି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post