ବିରୋଧୀ ଯେତେ ଚକ୍ରାନ୍ତ କଲେ ମଧ୍ୟ ମାହାଙ୍ଗାରେ ପ୍ରତାପଙ୍କ ଗୋଟି ଚାଳନାରେ ବିଜେଡି଼ ଶକ୍ତିଶାଳୀ l

3

ମାହାଙ୍ଗାରେ ଭି.କେ ପାଣ୍ଡିଆନଙ୍କ ନିର୍ବାଚନୀ ରଣହୁଙ୍କାର 

(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ କୂଆଁପାଳ ବଣୁଆ କଲେଜ ପଡ଼ିଆ ପରିସରରେ ଚଳିତ ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ବିଶାଳ ଜନସମର୍ଥନ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ବିଜେଡ଼ି ନେତା ଭି.କାର୍ତ୍ତିକେୟାନ ପାଣ୍ଡିଆନ ଯୋଗଦାନ କରି ବିଜେଡ଼ି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ଡ଼ବଲ ଶଙ୍ଖ ଚିହ୍ନରେ ମୋହର ମାରି ବିପୁଳ ସଂଖ୍ୟାରେ ଜୟଯୁକ୍ତ କରିବା ପାଇଁ ଉପସ୍ଥିତ ହଜାର ହଜାର ସଂଖ୍ୟାରେ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ l

Imageସେହିପରି ଭାବେ ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ ଶାସନରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପ୍ରତି ମାହାଙ୍ଗା ଅଞ୍ଚଳବାସୀଙ୍କ ବିପୁଳ ଜନସମର୍ଥନ ରହିଛି, ବିରୋଧୀ ଯେତେ ଚକ୍ରାନ୍ତ କଲେ ମଧ୍ୟ ପ୍ରତାପଙ୍କ ଗୋଟି ଚାଳନାରେ ମାହାଙ୍ଗା ବିଧାୟକ ପ୍ରାର୍ଥୀ ଅଙ୍କିତ ୧ଲକ୍ଷରୁ ଉର୍ଦ୍ଧ୍ବ ଭୋଟରେ ଜିତି ପୁର୍ନବାର ମାହାଙ୍ଗାର ବିକାଶକୁ ଆଗେଇ ନେବେ ବୋଲି ଭି.କେ ପାଣ୍ଡିଆନ ପ୍ରକାଶ କରିଥିଲେ । ଏପରିକି ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଯଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମମତା ଯୋଜନା, ଛାତ୍ର ଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିଦ୍ୟାବୃତ୍ତି ଯୋଜନା, ମଧୁବାବୁ ପେନସନ ଯୋଜନା, ଚାଷୀଙ୍କ ପାଇଁ କାଳିଆ ଯୋଜନା, ମିଶନଶକ୍ତି ଯୋଜନା, ୫-ଟି ମାଧ୍ୟମରେ ସମଗ୍ର ଓଡ଼ିଶାର ରୂପାନ୍ତିକରଣ ଆଦି ବିଭିନ୍ନ ବିକାଶମୂଳକ ଯୋଜନା ଭଲ କି ବୋଲି ଭି.କେ ପାଣ୍ଡିଆନ ଜନସାଧାରଣଙ୍କ ନିକଟରୁ ପଚାରି ବୁଝିଥିଲେ । ଜନସାଧାରଣ ଭି.କେ ପାଣ୍ଡିଆନଙ୍କ ପ୍ରଶ୍ନର ଉତ୍ତର ହଁ ରଖିଥିଲେ l ଏପରିକି ବିଜୁ ଜନତା ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୯ ତାରିଖରେ ପୁର୍ନବାର ଓଡ଼ିଶା ବାସୀଙ୍କ ଆର୍ଶିବାଦରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଆପଣ ମାନେ ଖୁସି ତ ନାହିଁ ବୋଲି ପଚାରି ବୁଝିଥିଲେ l ଯେଉଁଥିରେ ଉତ୍ତର ରଖି ଜନସାଧାରଣ ପ୍ରକାଶ କରିଥିଲେ ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛାଡିଦେଲେ ନେତା ନାହାଁନ୍ତି l

Imageମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନର୍ବାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଯାହାକି ଓଡ଼ିଶା ସମେତ ସମଗ୍ର ବିଶ୍ବ ପାଇଁ ଇତିହାସ ସୃଷ୍ଟି କରିବାକୁ ଯାଉଛି । ଏପରିକି ଭି.କେ ପାଣ୍ଡିଆନ ବିରୋଧୀ ବିଜେପି ସରକାରଙ୍କୁ କଟୁ ସମାଲୋଚନା କରିବା ସହିତ ଖାଲି ବଡ଼ ବଡ଼ କଥା କହି ଡବଲ ଇଂଜିନ ସରକାର ଗଢିବା କଥା କହୁଥିବା କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ମାଟି ବି ଚୋଟେ ପକାଇ ନାହାଁନ୍ତି ଖାଲି କଥା ବଡ଼ କାମରେ ଜିରୋ ବୋଲି ଜନସାଧାରଣଙ୍କୁ ସମ୍ବୋଧନ କରିଥିଲେ। ଏପରିକି ମହାଙ୍ଗାରେ ଆଜିର ଏହି ବିଶାଳ ସଭାକୁ ଦେଖିଲା ପରେ ବିରୋଧୀଙ୍କ ନିଦ ଭାଙ୍ଗିଯାଇଥିବ ଏବଂ ଏହି ବିଶାଳ ସମାବେଶ ସୂଚିତ କରୁଛି କି ବିଜେଡ଼ି ପ୍ରାର୍ଥୀ ବହୁ ସଂଖ୍ୟାରେ ବିଜୟ ଲାଭ କରି ସମଗ୍ର ଓଡ଼ିଶାରେ ରେକର୍ଡ଼ ସୃଷ୍ଟି କରିବେ । ଏହି କାର୍ଯ୍ୟକ୍ରମରେ ଭି.କେ ପାଣ୍ଡିଆନଙ୍କ ସହିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା, ବିଜେଡ଼ି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା, ବିଜେଡ଼ି ନେତୃବୃନ୍ଦଙ୍କ ସମେତ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ହଜାର ହଜାର ସଂଖ୍ୟାରେ ଜନସାଧାରଣ, ଯୁବକ, ମହିଳା, ବରିଷ୍ଠ ନାଗରିକ ଯୋଗଦାନ କରିଥିଲେ ।

Image

Leave A Reply

Your email address will not be published.