ଦାଉଦପୁର ପଞ୍ଚାୟତରେ ବିଜେଡ଼ିର କର୍ମୀ ବୈଠକ

3

 ଯୋଡି ଶଙ୍ଖରେ ମୋହର ମାରି ସାଂସଦ ପ୍ରାର୍ଥୀ ଅଂଶୁମାନ ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତଙ୍କୁ ବହୁ ସଂଖ୍ୟାରେ ଜିତାଇବାକୁ ଆହ୍ୱାନ l 

(ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ ଦାଉଦପୁର ପଞ୍ଚାୟତରେ ବିଜେଡ଼ି ପକ୍ଷରୁ ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ ସରପଞ୍ଚ ଦିବାକର ସାହୁଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ନିର୍ବାଚନ ଆସିଲେ କିଛି ବିରୋଧୀ ନେତା ବିଭିନ୍ନ ମିଥ୍ୟା କଥା କହି ଭୋଟ ହାତେଇବା ପାଇଁ ପଳେଆସନ୍ତି ହେଲେ ନିର୍ବାଚନ ସରିଲେ ସେମାନଙ୍କର ଦେଖା ମିଳିବା କଷ୍ଟ, ସେମାନଙ୍କ କଥାରେ ବିଶ୍ଵାସ ନକରି ପଞ୍ଚାୟତର ବିକାଶ ଓ ଉନ୍ନତି ପାଇଁ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର କାମ କରିଆସିଛି ଏବଂ ଆଗକୁ ମଧ୍ୟ କରିବ ଆଉ ତାହାକୁ ସାକାର କରିବା ନିମନ୍ତେ ଉପସ୍ଥିତ ଥିବା ଦାଉଦପୁର ପଞ୍ଚାୟତର ସମସ୍ତ ଜନସାଧାରଣ ବିଜେଡ଼ି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ଯୋଡି ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଜେନାଙ୍କ ସମେତ ପ୍ରାନ୍ତନ ବ୍ଳକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ତଥା ସମାଜସେବୀ ହିମାଂଶୁଶେଖର ମହାନ୍ତି , ସରପଞ୍ଚ ଲଳିତେନ୍ଦୁ ବିଶୋଇ, ସମିତିସଭ୍ୟ ଆଶିଷ ମହାନ୍ତି, ପଞ୍ଚାୟତ ବିଜେଡ଼ି ସଭାପତି ହେମନ୍ତ ମହାନ୍ତି, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ସବିତା ଦାସ, ସମାଜସେବୀ ସନ୍ତୋଷ ମହାନ୍ତି, ଚନ୍ଦ୍ରଶେଖର ମହାନ୍ତି, ରମେଶ ଦାସ, ମିର୍ଜା ଅବୁଲ ବେଗ୍, ସମାଜସେବୀ ବ୍ରଜମୋହନ ପଣ୍ଡା, ଜିଲ୍ଲାପରିଷଦ ଭୂପତିଭୂଷଣ ଷଣ୍ଢ, ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି ମନୋଜ ସେଠୀଙ୍କ ସମେତ ପଞ୍ଚାୟତର ବହୁ ମହିଳା, ଯୁବକ, ବରିଷ୍ଠ ନାଗରିକ ଏବଂ ବିଜେଡି଼ ନେତୃବୃନ୍ଦ ଯୋଗଦାନ କରିଥିଲେ ।

Leave A Reply

Your email address will not be published.