ମାଠିଆ ଚିହ୍ନରେ ମୋହର ମାରି ସ୍ୱାଧୀନ ପ୍ରାର୍ଥୀକୁ ଜିତାଇବା ପାଇଁ ଶପଥ
( ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ) ଯେତେ ଯେତେ ନିର୍ବାଚନ ପାଖେଇ ଆସୁଛି ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀ ସାଧୀନ ପ୍ରାର୍ଥୀ ଶାରଦା ପ୍ରଧାନଙ୍କ ପ୍ରତି ଜନ ସମର୍ଥନ ବଢିବାରେ ଲାଗିଛି । ଏପରିକି ଶତାଧିକ କଂଗ୍ରେସ-ବିଜେପି- ବିଜେଡ଼ି କର୍ମୀ ଦଳୀୟ ନେତାଙ୍କ ଉପରେ ଅତିଷ୍ଟ ହୋଇ ସ୍ୱାଧୀନ ପ୍ରାର୍ଥୀ ଶାରଦା ପ୍ରଧାନଙ୍କ ପ୍ରତି ଆସ୍ଥା ଓ ଭରସା ପ୍ରକଟ କରି ସ୍ୱାଧୀନ ପ୍ରାର୍ଥୀଙ୍କ ଦଳରେ ଯୋଗଦାନ କରୁଛନ୍ତି । ଯାହାକୁ ନେଇ ଏକ ମିଶ୍ରଣ ପର୍ବ ନିଶ୍ଚିନ୍ତକୋଇଲି କଲ୍ୟାଣୀ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ରାଉତ, ପୂର୍ବତନ କଂଗ୍ରେସ ଜିଲ୍ଲାପରିଷଦ ସଭ୍ୟ ସେକ୍ ଶିରାଜ ଉଦ୍ଦିନ, ସମାଜସେବୀ ଦେବେନ୍ଦ୍ର ବସ୍ତିଆ, ନତକାଇ ପଞ୍ଚାୟତର ନାଏବ ସରପଞ୍ଚଙ୍କ ପ୍ରତିନିଧି ଅକ୍ଷୟ ବସ୍ତିଆଙ୍କ ସମେତ ନିଶ୍ଚିନ୍ତକୋଇଲି, ବାଲିଆପଦା, କଟରପଡ଼ା,ନତକାଇ, ଜୟରାମପୁର, ରାମକୃଷ୍ଣପୁର ପଞ୍ଚାୟତରୁ ଶତାଧିକ କଂଗ୍ରେସ-ବିଜେପି-ବିଜେଡ଼ି କର୍ମୀ ଦଳ ପରିତ୍ୟାଗ କରି ଏକ ସ୍ୱାଭିମାନୀ, ଦୁର୍ନିତିମୁକ୍ତ, ଭ୍ରଷ୍ଟାଚାରୀ, ବିକାଶଶୀଳ ମାହାଙ୍ଗା ଗଠନ ପାଇଁ ଯିଏ ମାହାଙ୍ଗା ମାଟି ପାଇଁ ଲଢେଇ କରିଆସିଛି ସେହି ମାହାଙ୍ଗା ମାଟିର ଲଢୁଆ ପୁଅ ସ୍ୱାଧୀନ ପ୍ରାର୍ଥୀ ଶାରଦା ପ୍ରଧାନଙ୍କ ଉପରେ ଆସ୍ଥା ଓ ଭରସା ପ୍ରକଟ କରି ସ୍ୱାଧୀନ ଦଳରେ ଯୋଗଦାନ କରିଛନ୍ତି । ସମସ୍ତ କର୍ମୀମାନଙ୍କୁ ଶ୍ରୀ ପ୍ରଧାନ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ ଜଣାଇବା ସହିତ ଏକ ସମୃଦ୍ଧ, ବିକଶିତ, ସାଭିମାନୀ ମାହାଙ୍ଗା ଗଠନ ପାଇଁ ମାଠିଆ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ସହଯୋଗ ଲୋଡ଼ିଛନ୍ତି । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ପ୍ରଧାନଙ୍କ ସହିତ ହଜାର ହଜାର ସଂଖ୍ୟାରେ ସମର୍ଥକ ମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଅପରପକ୍ଷରେ ମିଶିଥିବା ସମସ୍ତ ଦଳୀୟ କର୍ମୀମାନେ ସ୍ୱାଧୀନ ପ୍ରାର୍ଥୀଙ୍କ ଚିହ୍ନ ମାଠିଆ ଚିହ୍ନରେ ଆଗାମୀ ନିର୍ବାଚନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ବଜ୍ର ଶପଥ ଗ୍ରହଣ କରିଛନ୍ତି । ତେବେ ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ପ୍ରଧାନଙ୍କ ପ୍ରତି ଦିନକୁ ଦିନ ଜନ ସମର୍ଥନ ବଢିବାରେ ଲାଗିଛି ବୋଲି ବହୁ ରାଜନୀତିଜ୍ଞ ମାନଙ୍କ ମଧ୍ୟରେ ଚର୍ଚ୍ଚା ଯୋର ଧରିଥିବାବେଳେ ବହୁ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ଏବେ ଠାରୁ ପରିବର୍ତ୍ତନର ହାୱା ରହିଥିବାର ଦେଖିବାକୁ ମିଳୁଛି । ଏପରିକି ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ପ୍ରଧାନ ବହୁ ସଂଖ୍ୟାରେ ବିଜୟ ଲାଭ କରିପାରନ୍ତି ବୋଲି ବହୁ ରାଜନୀତିଜ୍ଞମାନେ ମତପ୍ରକାଶ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା କେତେ ସଂଖ୍ୟକ ଭୋଟ ସ୍ୱାଧୀନ ପ୍ରାର୍ଥୀ ଶାରଦା ପ୍ରଧାନଙ୍କ ଖାତାକୁ ଯାଉଛି !