ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଲେ ୨୫ରୁ ଉର୍ଧ୍ଵ ବିଜେପି-କଂଗ୍ରେସ କର୍ମୀ l

3

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଵିକାଶମୂଳକ କାର୍ଯ୍ୟ ତଥା ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଦୃଢ଼ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଦିନକୁ ଦିନ ବହୁ ବିଜେପି ଏବଂ କଂଗ୍ରେସ କର୍ମୀ ଦଳ ପରିତ୍ୟାଗ କରି ବିଜେଡିରେ ମିଶୁଥିବାର ଦେଖିବାକୁ ମିଳୁଛି l ରବିବାର ଅପରାହ୍ନରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ପଞ୍ଚାୟତ ୧ନଂ ୱାର୍ଡ଼ର ୨୫ରୁ ଉର୍ଦ୍ଧ୍ବ ବିଜେପି ଏବଂ କଂଗ୍ରେସ କର୍ମୀ ଦଳ ଛାଡ଼ି ବିଜେଡ଼ିରେ ଯୋଗଦାନ କରିଛନ୍ତି l ଏହି ଅବସରରେ ନିଶ୍ଚିନ୍ତକୋଇଲି ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା ଙ୍କ ସଂଯୋଜାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତାପ ଜେନା ଯୋଗଦେଇ ବିଜେଡିରେ ମିଶିଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଶୁଭେଚ୍ଛା ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ମୋହର ମାରି ଜୟଯୁକ୍ତ କରି ପଞ୍ଚାୟତରେ ଅଧିକରୁ ଅଧିକ ଵିକାଶ କାର୍ଯ୍ୟ କରିବା ପାଇଁ ସହଯୋଗର ହାତ ବଢାଇବା ପାଇଁ ଆହ୍ୱାନ ଦେଇଥିଲେ l ଯୁବନେତା ପ୍ରଭାତ କୁମାର ବସ୍ତିଆ ଓ ଜୟନ୍ତ କୁମାର ବେହେରାଙ୍କ ନେତୃତ୍ବରେ ବହୁ ବିଜେପି ଏବଂ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନତକାଇ ସରପଞ୍ଚ ଜୟଦେବ ରାଉତ, ପଞ୍ଚାୟତ ସଭାପତି କେଶବଚନ୍ଦ୍ର ବିଶ୍ଵାଳ, ସନ୍ତୋଷ ରାଉତ, ଓ୍ବାର୍ଡ଼ ସଭ୍ୟା ରଶ୍ମିତା ବସ୍ତିଆ ଉପସ୍ଥିତ ଥିଲେ l ବିଜେଡିରେ ଯୋଗଦାନ କରିଥିବା ସମସ୍ତ କର୍ମୀ ଆଗାମୀ ନିର୍ବାଚନରେ ଯୋଡି ଶଙ୍ଖ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ଶପଥ ଗ୍ରହଣ କରିଥିଲେ l

Leave A Reply

Your email address will not be published.