କଂଗ୍ରେସ ସାଂସଦ ପ୍ରାର୍ଥୀ ସିଦ୍ଧାର୍ଥ ସରୂପ ଦାଶଙ୍କ ନିର୍ବାଚନ ପ୍ରଚାର ଯୋରଦାର l

3

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ) କେନ୍ଦ୍ରାପଡ଼ା ସାଂସଦୀୟ କ୍ଷେତ୍ରର କଂଗ୍ରେସ ସାଂସଦ ପ୍ରାର୍ଥୀ ସିଦ୍ଧାର୍ଥ ସରୂପ ଦାଶ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନତକାଇ ପଞ୍ଚାୟତରେ ନିର୍ବାଚନୀ ପ୍ରଚାର ଯୋରଦାର କରିଛନ୍ତି l ଯୁବନେତା ପ୍ରଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ ଏକରୁଖି ଠାରେ ବହୁ କଂଗ୍ରେସ କର୍ମୀମାନଙ୍କୁ ଏକାଠି କରି ଏକ ବୈଠକରେ କଂଗ୍ରେସ କର୍ମୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ଏଥର ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ଦାଶ କିଭଳି ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟଲାଭ କରିବେ ସେ ନେଇ କର୍ମୀମାନେ ସଂକଳ୍ପ ନେଇଛନ୍ତି । ଏହି ଅବସରରେ ନିଶ୍ଚିନ୍ତକୋଇଲି ଅଞ୍ଚଳର ସାମ୍ବାଦିକ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କର ସହଯୋଗ ମଧ୍ୟ ଲୋଡ଼ିଛନ୍ତି । ଯୁବନେତା ସଂଜୟ କୁମାର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ବରିଷ୍ଠ କଂଗ୍ରେସ ନେତା ମନ୍ମଥ ଖଟୁଆ, ସଂଜୀବ କୁମାର ରାଉତ, ମନସୁର ଅଲ୍ଲୀ, ଅମୀୟ କୁମାର ବିଶ୍ବାଳ, ବିଷ୍ଣୁପ୍ରସାଦ ରାଉତ, ଆଶିଷ ଲେଙ୍କା, କଟକ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରକାଶ ସାମଲ, ଉପସଭାପତି ଚାନ୍ଦ ମିର୍ଜା, ରାଜେଶ ରାଉତ ଓ ଆବାସ ଖାଁ ପ୍ରମୁଖ ଯୋଗ ଦେଇ କଂଗ୍ରେସକୁ କିଭଳି ବିଜୟ ପଥରେ ଆଗେଇ ନିଆଯିବ ସେ ସଂକ୍ରାନ୍ତରେ ବିଷଦ ଆଲୋଚନା କରିଛନ୍ତି । ଏପରିକି କଂଗ୍ରେସ ଆସିଲେ ଏକ ନୂତନ ଓଡିଶା, ବିକଶିତ ଓଡିଶା ଗଠନ ସମ୍ଭବ ହୋଇପାରିବ ବୋଲି ଶ୍ରୀ ଦାଶ ପ୍ରକାଶ କରିଛନ୍ତି l

Leave A Reply

Your email address will not be published.