ସୁସ୍ଥ ପ୍ରତିଯୋଗୀ  ମନୋଭାବ ବ୍ୟକ୍ତିର ଉତ୍ତରୋତ୍ତର ଉନ୍ନତିର ପଥପ୍ରଦର୍ଶକ- ଉପବାଚସ୍ପତି ଶ୍ରୀ ମାର୍ଣ୍ଡି

0

ବାରିପଦା(ଦିଲ୍ଲୀପ ମହାନ୍ତି )-ବିଦ୍ୟା, ବୁଦ୍ଧି, କୌଶଳ, କାର୍ଯ୍ୟ ଓ ଦକ୍ଷତା ଆଦି ପରସ୍ପରକୁ ଅତିକ୍ରମ କରିବା ନିମନ୍ତେ ମାନବ ସମାଜ ମଧ୍ୟରେ ଯେଉଁ ପ୍ରଚେଷ୍ଟା ଦୃଷ୍ଟିଗୋଚର ହୁଏ, ତାହା ହିଁ ପ୍ରତିଯୋଗିତା । ସୁସ୍ଥ ପ୍ରତିଯୋଗି ମନୋଭାବ ବ୍ୟକ୍ତିର ଉତ୍ତରୋତ୍ତର ଉନ୍ନତିର ରାସ୍ତା ଦେଖାଇଥାଏ । ଫଳରେ ଦେଶ ଓ ଜାତିର ଦୃତ ପ୍ରଗତି ଘଟିଥାଏ । ତେଣୁ କ୍ରୀଡ଼ା କ୍ଷେତ୍ରରେ ପ୍ରତିଯୋଗିତା ହୋଇଥାଏ । ଶୃଙ୍ଖଳା, ଚରିତ୍ରବତ୍ତା, ଓ ନୈତିକତା ଆଦି ଗଠନ  ନିମନ୍ତେ ବର୍ହିଦ୍ୱାର କ୍ରୀଡ଼ା ଏକାନ୍ତ ଉପେଯାଗୀ । ଧୈର୍ଯ୍ୟ, ସହିସ୍ନୁତା, ଶୃଙ୍ଖଳା, ନିୟମାନୁବର୍ତ୍ତିତା ମଧ୍ୟସ୍ଥଙ୍କ ନିଷ୍ପତ୍ତିରେ ବାଧ୍ୟବାଧକତା ଆଦି ଗୁଣଗୁଡ଼ିକ ପ୍ରତ୍ୟେକ କ୍ରୀଡ଼ାବିତଙ୍କୁ  ସଫଳତାର ମାର୍ଗରେ ଆଗେଇ ନେଇଥାଏ ବୋଲି ଡିଭାଇନ ଶିକ୍ଷାନୁଷ୍ଠାନର ବାର୍ଷିକ କ୍ରୀଡ଼ା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ଯୋଗ ଦେଇ ମତ ବ୍ୟକ୍ତ କରିଥିଲେ । ଆଜି ପୂର୍ବାହ୍ନ ୮ଟା ସମୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ମା ଅମ୍ବିକା ମନ୍ଦିର ପରିସରରୁ ଏକ ଶୋଭାଯାତ୍ରରେ ବାହାରି ପୋଡ଼ାଅସ୍ତିଆ ବିର୍ସାମୁଣ୍ଡା ଛକରେ ପହଁଞ୍ଚି ବାର୍ଷିକ ଉତ୍ସବ କ୍ରୀଡ଼ା ମଶାଲ ସହିତ ବାର୍ଣ୍ଣାଢ଼୍ୟ ପରିବେଶରେ ଡ଼ିଭାଇନ ଶିକ୍ଷାନୁଷ୍ଠାନରେ   ପହଁଞ୍ଚିଥିଲେ । ଏହାପରେ ଅନୁଷ୍ଠାନର ନିର୍ଦ୍ଦେଶକ  ଇଂ. ବିପ୍ଲବ ଭଞ୍ଜନ ବୁଗୁଡେ଼ଇଙ୍କ ଅଧ୍ୟକ୍ଷତା ଆୟୋଜିତ ବାର୍ଷିକ ଉତ୍ସବ ସମାରୋହ ମୁଖ୍ୟ ଅତିଥି ଉପବାଚସ୍ପତି ଶ୍ରୀମାର୍ଣ୍ଡି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବାରିପଦା ପୌରପରିଷଦର ଉପନଗରପାଳ ଜିତେନ୍ଦ୍ର ମହାନ୍ତି ଯୋଗ ଦେଇ ପ୍ରତିଯୋଗିମାନଙ୍କୁ କ୍ରୀଡ଼ାର ଆବଶ୍ୟକତା ଏବଂ ଦେଶ, ଜାତି ପାଇଁ ଖେଳିବାର ପରାମର୍ଶ ଦେବା ସହ ଶରୀରର ସୁସ୍ଥତା ତଥା ଉପଯୁକ୍ତ ମାନସିକତା ନିର୍ମାଣ କ୍ଷେତ୍ରରେ ଉପଯୋଗିତା ସମ୍ପର୍କରେ ଆଲୋକପାତ କରାଇବା ସହିତ ସବୁଜ ମୟୂରଭଞ୍ଜ ଗଠନ ନିମନ୍ତେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଶପଥପାଠ କରାଇଥିଲେ । ଏହାପରେ ଅନୁଷ୍ଠାନର ସଭାପତି ତଥା ଶିକ୍ଷାବିତ୍ ଶ୍ରୀବୁଗୁଡେ଼ଇ ଛାତ୍ରୀଛାତ୍ରମାନଙ୍କୁ ଶୃଙ୍ଖଳିତ ଜୀବନଯାପନ ମାଧ୍ୟମରେ ଭଲ ମଣିଷ ଭାବେ ନିଜକୁ ଗଢ଼ି ତୋଳି ଦେଶ, ଜାତି ଓ ପରିବାରର ଟେକ ରଖିବାକୁ ପରାମର୍ଶ ଦେଇଥିଲେ । ଛଅ ଦିନ ବ୍ୟାପି ଅନୁଷ୍ଠାନ  ହେବାକୁ ଯାଉଥିବା ବାର୍ଷିକ କ୍ରୀଡ଼ା ସମାରୋହର ଉଦଘାଟନୀ ଉତ୍ସବର ପରିଚାଳନାରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀଛାତ୍ର ପ୍ରମୁଖ ସହାୟତା କରିଥିଲେ । 

Leave A Reply

Your email address will not be published.