ରାଉରକେଲାରେ ଭୋଟର ସଚେତନତା କାର୍ଯ୍ୟକ୍ରମ

3

ରାଉରକେଲା:(ବସନ୍ତ କୁମାର ଜେନା): ରାଉରକେଲା, ରଘୁନାଥପାଲୀ ଏବଂ ବିରମିତ୍ରପୁର ନିର୍ବାଚନ ମଣ୍ଡଳୀ ସମେତ ସୁନ୍ଦରଗଡ ଲୋକ ସଭା ଏବଂ ସମସ୍ତ ବିଧାନ ସଭା ଆସନ ପାଇଁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ଗୋଟିଏ ଦିନର ବିରତି ପରେ ମେ ୨୦ ତାରିଖ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ବିଭିନ୍ନ ବୁଥରେ ପୁଲିଂପାର୍ଟି ମାନେ ପହଁଚିବା ଆରମ୍ଭ କଲେଣି ।
ଏହି ସମୟରେ ପ୍ରଶାସନ ପକ୍ଷରୁ ରାଉରକେଲା ଏବଂ ରଘୁନାଥ ପାଲୀ ବିଧାନ ସଭା କ୍ଷେତ୍ରରେ ଭୋଟ ହାର ବଢାଇବା ପାଇଁ ଜୋରଦାର ପ୍ରୟାସ ଚାଲିଛି । ଏଠାରେ ଭୋଟ ପ୍ରତିଶତ ୬୨ ରୁ ୬୩ ପ୍ରତିଶତ ରହୁଥିବା ବେଳେ ଏହାକୁ ୭୫% ଯାଏ ବଢାଇବାକୁ ପ୍ରଶାସନ ତରଫରୁ ପ୍ରବଳ ଉଦ୍ୟମ ହେଉଛି । ସହରର ବିଭିନ୍ନ କ୍ଲବ୍ , ବିଭିନ୍ନ କଲେଜ ଆଦିରେ ଏଥିପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ୧୬ ତାରିଖ ଦିନ ଏ ନେଇ ପ୍ରଶାସନ ତରଫରୁ ଏକ ରଂଗୋଲୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ୧୭ ତାରିଖ ଦିନ ସଫେଇ କର୍ମଚାରୀମାନେ ରାଉଲକେଲାର ପ୍ରମୁଖ ସ୍ଥାନରେ ପ୍ଲାକାର୍ଡ ଧରି ର‌୍ୟାଲି କରି ସଚେତନତା ବାର୍ତା ଦେଇଥିଲେ । ସେହି ଦିନ ଅପରାହ୍ନରେ ଭୋଟର ସଚେତନତା କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜିର ଛାତ୍ରଛାତ୍ରୀମାନେ । ସେମାନେ ନିଜ ଅନୁଷ୍ଠାନ ପାଖରେ ଠି ଆ ହୋଇ “ଲେଟ୍ସ ଭୋଟ ଅନ ମେ ୨୦” ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ ।
ସେହି ପରି ୧୮ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା ରାଉରକେଲା ମହାନିଗର ନିଗମ ପାଠାଗାରକୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ନେଇ ସଚେନତନା କାର୍ଯ୍ୟକ୍ରମ । ପୁଣି ସେହି ଦିନ ସଂଧ୍ୟାରେ ସହରର ଏକ ଜୁଡୋ କ୍ଲବ ରେ ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତୀ ଏବଂ ଜିମନ୍ୟାଷ୍ଟିକ ଏକାଡେମୀ ରେ ପ୍ରଶିକ୍ଷଣ ନେଉଥିବା କୁନି ପିଲାମାନଙ୍କ ଅଭିଭାବକ ମାନେ ମଧ୍ୟ ଭୋଟ ଦେବା ପାଇଁ ପ୍ଲାକାର୍ଡ ଧରି ଭୋଟ ଦେବାକୁ ଲୋକଙ୍କୁ ଅନୁରୋଧ କରୁଥିଲେ ।
ପ୍ରଶାସନର ଏହି ବହୁମୁଖି କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ବେଶ୍ ଆଦୃତ ହେଉଥିବାବେଳେ ଏଥର ଭୋଟଦାନ ହାର ବୃଦ୍ଧି ପାଇବ ବୋଲି ପ୍ରଶାସନ ଆଶା ରଖିଛି ।

Leave A Reply

Your email address will not be published.