ଭେଜିପୁଟ ଠାରେ ଭଞ୍ଜନଗର ବିଜୁଜନତା ଦଳର ଶେଷ ନିର୍ବାଚନୀ ପ୍ରଚାର

3

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ବିଜୁଜନତା ଦଳ ପକ୍ଷରୁ ଚଳିତ ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ଆଜି ମେ ମାସ ୧୮ ତାରିଖ ଶେଷ ନିର୍ବାଚନୀ ପ୍ରଚାରରେ ଭଞ୍ଜନଗର ଭେଜିପୁଟ ଠାରେ ବିପୁଳ ଜନସମାଗମ ଦେଖିବାକୁ ମିଳିଛି।

ଆସନ୍ତା ମେ ମାସ ୨୦ ତାରିଖ ୨୦୨୪ ସୋମବାର ଦିନ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଭଞ୍ଜନଗର ବିଜୁଜନତା ଦଳର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ସହରର ବିଭିନ୍ନ ସାହିରେ ସାଧାରଣ ଜନତାଙ୍କ ଠାରୁ ଭୋଟ ଭିକ୍ଷା କରିଛନ୍ତି। ଆଲୋକ, ରାସ୍ତା ଘାଟ ସୈ। ନ୍ଦର୍ଯୀକରଣ ଠାରୁ ଆରମ୍ଭ କରୀଵହୁ ଉନ୍ନତି ମୂଳକ ପଦକ୍ଷେପ ନିଆଯାଇଥିବା ସେ କହିଥିଲେ। ଭତ୍ତା, ମମତା ଯୋଜନା, ଅର୍ଥରାଶି ବୃଦ୍ଧି ସହ ବି ଏସ୍ କେ ୱ।ଇ ଭଳି ଅନେକ ଯୋଜନା ଦ୍ଵାରା ଲୋକେ ଉପକୃତ ସୋଇପାରିଛନ୍ତି। ସେହିପରି ଆଗାମୀ ଦିନରେ ଶହେ ୟୁନିଟ୍ ଯାଏଁ ସାଧାରଣ ଜନତା ଙ୍କୁ ବିଦ୍ୟୁତ୍ ଦେୟ ଛାଡହେବ ଓ ଏହା ଦ୍ଵାରା ପ୍ରାୟ ୯୦ ପ୍ରତିଶତ ଲୋକେ ଉପକୃତ ହେବେ ବୋଲି ପ୍ରକାଶ କରିଥିଲେ। ଆଜି ମଧ୍ୟ ବିରାଟ ବାଇକ୍ ଶୋଭାଯାତ୍ରା ରେ ଭଞ୍ଜନଗର ଏଲ୍ ଆଇ ସି କଲୋନୀ ର ପ୍ରଥମ ଦୁତୀୟ ଓ ତୃତୀୟ ଗଳି, ଗିତାଭବନ ଛକ ଦେଇ ପାୱାର ହାଉସ ଛକ ପର୍ଯ୍ୟନ୍ତ। ସେଠାରୁ ମିଲ୍ ଛକ, କୋଳି ସାହି, କୁମ୍ଭାର ସାହି, ଭେଜିପୁଟ ମେଇନ୍ ରୋଡ଼, ବାଲିସାହି, କେନାଲ ସାହି ଓ କଲେଜ୍ ରୋଡ଼ ହୋଇ ବିଜୁଜନତା ଦଳ ପକ୍ଷରୁ ଭୋଟ ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଶେଷରେ ଭଞ୍ଜନଗର ଭେଜିପୁଟ୍ ବଡ଼ଦାଣ୍ଡ ସାହିରେ ବିରାଟ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଏଠାରେ ମାଁ ବ୍ରାହ୍ମଣୀ ଦେବୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଥିବା ରୁ ସମସ୍ତେ ମାଁ ଙ୍କୁ ପ୍ରଣାମ ରୁପକ ଆଶ୍ରୀବାଦ ନେଇ ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଏହି ପଥପ୍ରାନ୍ତ ସଭାରେ ମାନ୍ୟବର ବିଧାୟକ ପ୍ରାର୍ଥୀ ଙ୍କ ସହିତ ନଗରପାଳ ଗୋପବନ୍ଧୁ ମହାପାତ୍ର, ଉପନଗରପାଳ ଶୁଭଶ୍ରୀ ଦାସ, ସାଂସଦ ପ୍ରତିନିଧି ଦିବାକର ନାୟକ, ପଞ୍ଚାନନ ପାଳ, ନଗର ବିଜେଡି ଯୁବକ ସଭାପତି ସୁଧିର ରଞ୍ଜନ ବେହେରା, ସମାଜସେବୀ ଶୁଳପାଣି ସତପଥି ସମେତ ଅନେକ ବଛା ବଛା ବିଜେଡି କର୍ମୀ ଯୋଗଦାନ କରିଥିଲେ। ବିଜୁଜନତା ଦଳ ବିଧାୟକ ପ୍ରାର୍ଥୀ ବିକ୍ରମ ଙ୍କ କାର୍ଯ୍ୟଦକ୍ଷତା, ସେବା ମନୋଭାବ ଓ ସଠିକ୍ ପ୍ରତିଶ୍ରୁତି ପୁରଣ କାର୍ଯ୍ୟ ରେ ଅନୁପ୍ରାଣୀତ ହୋଇ ହଜାର ହଜାର ଜନସାଧାରଣ ଉକ୍ତ ସଭାରେ ଯୋଗଦାନ କରିଥିଲେ।

Leave A Reply

Your email address will not be published.