ଖଲ୍ଲିକୋଟ ରାଜନୈତିକ ହିଂସା : ନେତା ମାନଙ୍କ ଖେଳ,ଲୋକଙ୍କ ପାଇଁ କାଳ।

3

ଶିବରାମ ଜେନା/ଶାସକ ପ୍ରଶାସକ/ ଖଲ୍ଲିକୋଟ : ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ଶ୍ରୀ କୃଷ୍ଣଶରଣପୁର ରେ ବ୍ୟାନର ମାରିବା ଘଟଣାକୁ ନେଇ ଦିଲ୍ଲୀପ ପା‌ହାନ ଙ୍କ ଗୋଷ୍ଠୀ କନ୍ଦଳ ରେ ମୃତ୍ୟୁ ଘଟିଥିଲା ଏବଂ ଏହାକୁ ଭିତ୍ତି କରି ଉକ୍ତ ଗ୍ରାମ ର ଗ୍ରାମ ବାସୀ ତଥା ଅନ୍ୟାନ୍ୟ ଯୁବଗୋଷ୍ଠୀ ମାନେ ଥାନା ର ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରି ରାସ୍ତାରୋକ କରିଥିଲେ। ଖବର ନେବାରୁ ଜଣାପଡିଛି ଯେ , ଶ୍ରୀ କୃଷ୍ଣ ଶରଣ ପୁରର ହଣାକଟା ରେ ସଂପୃକ୍ତ ଥିବା ୯ ଜଣ ଆସାମୀ ଙ୍କୁ ଆରଷ୍ଟ କରି ଥାନାରେ ରଖିଥିଲେ । ସେମାନଙ୍କୁ ଥାନାରୁ କୋର୍ଟ ଚାଲାଣ କଲା ବେଳେ କୋର୍ଟ ଭେନ୍ ଉପରେ ବିକ୍ଷୋଭକାରୀମାନେ ଅଚାନକ ଆକ୍ରମଣ କରିଥିଲେ ।
ଏବଂ ପୋଲିସ ବାହିନୀ ଆଉ ବିକ୍ଷୋଭ କା୍ରୀ ମଧ୍ୟରେ ତୁମୁଳ ହଟ୍ଟଗୋଳ ହେବାରୁ ପରିସ୍ଥିତିକୁ ଆୟତ୍ତରେ ରଖିବା ପାଇଁଁ ଟିଅର ଗ୍ୟାସ୍ , ୪ ରାଉଣ୍ଡ ବ୍ଲାଙ୍କ୍ ଫାୟାର ସାଙ୍ଗକୁ ବିକ୍ଷୋଭ କାରୀ ମାନଙ୍କୁ ସେଠାରୁ ଘୋଡାଇ ଥିଲେ ବୋଲି ଜଣାଯାଏ। କେବଳ ସେତିକି ନୁହେଁ ଥାନା ସମ୍ମୁଖ ରେ ଥିବା ବାଇକ୍ ଏବଂ ଅନ୍ୟାନ୍ୟ ଯାନବାହାନ ସମେତ ସାମ୍ବାଦିକ ଭାଇମାନଙ୍କ ବାଇକ୍ ଗୁଡିକ କୁ ପୋଲିସ ବାହିନୀ ଭାଙ୍ଗି ଚୁ୍ରମାର କରି ଵାର ନଜର କୁ ଆସୁଛି। ପୋଲିସ ବାହିନୀ ଏବଂ ବିକ୍ଷୋଭ କା୍ରୀ ମାନଙ୍କ ମଧ୍ୟରେ ଢେଲାପଥର ମାଡ଼ ଓ
ପାଣି ବୋତଲ ଫିଙ୍ଗା ଫିଙ୍ଗି ହୋଇଥିଵାର ପରିଲକ୍ଷିତ ହୋଇଥିଲା। ବିଶେଷ ସୂତ୍ରରୁ ଜଣାପଡିଛି ଯେ ପୋଲିସ ବାହିନୀ ର କାର୍ଯ୍ୟ ରତ ୧୧ଜଣଙ୍କର କ୍ଷତଵିକ୍ଷେତ ହୋଇଛି। ସେ ଏରିଆରେ ୧୪୪ ଘୋଷଣା କରି ପରିସ୍ଥିତିକୁ ଆୟତ୍ତରେ ରଖିବା ପରେ ୯ଜଣ ଆସାମୀ କୁ ଆରଷ୍ଟ କରିଥିଲେ, ସମାନଙ୍କ ମଧ୍ୟରେ ବନମାଳୀ ପ୍ରଧାନ, କୁମାର ତରାଇ,ସମୀର ସାହୁ, ଶ୍ରୀ କାନ୍ତ ପ୍ରଧାନ,ମନୁଆ ତରେଇ,କନ୍ଧ ତରେଇ, ମନୋଜ କୁମାର ପ୍ରଧାନ, ଦୀପକ ନାହାକ, ଜିତେନ୍ଦ୍ର ତରାଇ, ଉକ୍ତ ହିଂସା ଘଟଣାରେ ସଂପୃକ୍ତ ଥିବା ଆସାମୀ ମାନଙ୍କୁ ଅପରାହ୍ନ ୪ଘଣ୍ଟା ୪୮ ମିନିଟ୍ ରେ କଡାସୂରକ୍ଷା ଵଳ଼ୟ ରେ ପୋଲିସ୍ ଗାଡିରେ କୋର୍ଟ କୁ ଚାଲାଣ କରା ଯାଉଥିଲା।
ବର୍ତ୍ତମାନ ଦେଖିବାକୁ ରହିଲା ଏ ରାଜନୈତିକ ହିଂସା ଘଟଣାରେ ମାଷ୍ଟର ମାଇଣ୍ଡ କିଏ ? ଏହାର ପ୍ରଚ୍ଛଦପଟ ରେ ଅଭିନୟ କରୁଛି କିଏ ? ଆଉ ବାକି ରହିଲା ଦେଖିବାକୁ ଖଳନାୟକ ଭୂମିକାରେ ଚକ୍ରବ୍ୟୁହ ରଚିଥିବା ଆସାମୀ ର ଆରଷ୍ଟ । ଶେଷରେ ଗଞ୍ଜାମ ଜିଲ୍ଲା ଛତ୍ର ପୁର ଏସ୍ ପି ଙ୍କର ପ୍ରେସ୍ ମିଟ୍ ହୋଇଥିଲା ବୋଲି ଜଣାପଡିଛି। ପ୍ରେସ୍
ମିଟ୍ ରେ ଗଞ୍ଜାମ ଜିଲ୍ଲା ଛତ୍ର ପୁର ଏସ୍ ପି ଜଗମୋହନ ମୀନା ନିଜର ମତପ୍ରକାଶ କରିବା ପରିଲକ୍ଷିତ ହୋଇଥିଲା ବୋଲି ଜଣାପଡ଼ିଛି। ଏବଂ ଦୁଇଜଣ ନାଁ ନେଇ ଏଫ୍ .ଆଇ. ଆର. ରେ ଥିବା ମୁଖ୍ୟ କାରପେଟଦାର ଙ୍କୁ ଶୀଘ୍ର ଆରଷ୍ଟ କରାଯିବ ବୋଲି ଜଣାପଡିଛି।

Leave A Reply

Your email address will not be published.