ତିର୍ତ୍ତୋଲରେ ବିଷ୍ଣୁ ଜନ୍ମୋତ୍ସବ 

0

କର୍ମୀ ଶୁଭେଚ୍ଛୁଙ୍କ ଗହଣରେ କେକ୍ କାଟିଲେ ବିଷ୍ଣୁ 

ତିର୍ତ୍ତୋଲ/ରମେଶ ମହାନ୍ତି  :-ଜଗତସିଂହପୁର ଜିଲ୍ଲା ବିଜେଡ଼ି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ୬୬ତମ ଜନ୍ମ ଦିବସକୁ ତିର୍ତ୍ତୋଲ ବ୍ଳକର ଦଳୀୟ କର୍ମୀ ଓ ସମର୍ଥକମାନେ ବହୁ ଉତ୍ସାହର ସହ ପାଳନ କରିଛନ୍ତି।ଜନ୍ମଦିନ ଅବସରରେ ଶ୍ରୀ ଦାସ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କୁ ଦର୍ଶନ କରିବା ପରେ ତିର୍ତ୍ତୋଲ ବ୍ଳକ ଶାରଳାରୋଡ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ।ସେଠାରେ ଉପସ୍ଥିତ ଥିବା ବ୍ଲକ ବିଜେଡି ସଭାପତି ବସନ୍ତ ମହାପାତ୍ର,ପୂର୍ବତନ ବ୍ଲକ ସଭାପତିଙ୍କ ସମେତ ତିର୍ତ୍ତୋଲ ବ୍ଳକ ବିଭିନ୍ନ ପଞ୍ଚାୟତରୁ ଆସିଥିବା ବହୁ ଛାମୁଆ ନେତା ଓ ସଂଖ୍ୟାଧିକ ଶୁଭେଚ୍ଛୁ ମାନେ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ୱାଗତ ଜଣାଇ ଜନ୍ମଦିନର ଅଭିନନ୍ଦନ ଜଣାଇବା ପରେ କେକ୍ କଟାଯାଇଥିଲା।ପରେ ନିଶାମଣୀ ସରଣୀ ଛକ ନିକଟରେ ଅବସ୍ଥିତ ଗଣେଶ ମଣ୍ଡପ ନିକଟରେ ଚାଲିଥିବା ୭ମ ବାର୍ଷିକ ଧନ୍ୱନ୍ତରୀ ପୂଜା ମଣ୍ଡପକୁ ଯାଇଥିଲେ।ସେଠାରେ ଶ୍ରୀ ଦାସଙ୍କୁ ସ୍ୱାଗତ କରାଯିବା ସହିତ ଜନ୍ମଦିନର ସୁଭେଛା ଜଣାଇଥିଲେ।ସେହିପରି ତିର୍ତ୍ତୋଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ଶ୍ରୀ ଦାସଙ୍କ ସମର୍ଥକ ଓ ଶୁଭେଚ୍ଛୁ ମାନେ ପୁଷ୍ପଗୁଚ୍ଛ ଦେଇ ଜନ୍ମଦିନର ସୁଭେଛା ଜଣାଇଥିବା ଜଣାପଡିଛି।

Leave A Reply

Your email address will not be published.