ପଦ୍ମପୁର ଏନ୍ ଏ ସି ରେ ବିଜେଡି ର ନିର୍ବାଚନୀ ସଭା ଅନୁଷ୍ଠିତ l

3

ପଦ୍ମପୁର :- ସ୍ଥାନୀୟ ରଜା ପଡା ମନ୍ଦିର ପ୍ରାଙ୍ଗଣରେ ବିଜେଡିର ୱାର୍ଡ ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି l ଟାଉନ ସଭାପତି ନବ କିଶୋର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଏନ୍ ଏ ସି ଅଧ୍ୟକ୍ଷା ସାବିତ୍ରୀ ବାଗ, ଟାଉନ ସଭାନେତ୍ରୀ ମନୋରମା ମହାପାତ୍ର, କାଉନ୍ସିଲର କ୍ଷୀର ସାନବର୍ଷା, ସବିତା ବରିହା ଯୋଗଦେଇ ନିଜ ୱାର୍ଡ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶ ଧାରା କୁ ବଜାୟ ରଖିବା ପାଇଁ ବିଧାୟକ ପ୍ରାର୍ଥୀନୀ ବର୍ଷା ସିଂ ବରିହା ଓ ଲୋକସଭା ପ୍ରାର୍ଥୀନୀ ପରିଣିତା ମିଶ୍ର ଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ ।ନବ କିଶୋର ବରିହା, ଅଭିମନ୍ୟୁ ସାହୁ, ଜୟରାମ ମହାପାତ୍ର ପରିଚାଳନା ରେ ସହଯୋଗ କରିଥିବା ବେଳେ ଶତାଧିକ ୱାର୍ଡ଼ ବାସୀ ଙ୍କ ସମେତ ଦଳୀୟ କର୍ମୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.