୨୦୨୨ ବ୍ୟାଚ୍ ଓଡ଼ିଶା କ୍ୟାଡରର ଛଅ ଆଇଏଏସ ଟ୍ରେନି ଅଫିସର ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ।

3

ଭୁବନେଶ୍ୱର- ଓଡ଼ିଶା କ୍ୟାଡରର ୨୦୨୨ ବ୍ୟାଚ୍ର ଛଅ ଜଣ ଆଇଏଏସ୍ ଟ୍ରେନି ଅଫିସର ଆଜି ରାଜଭବନରେ ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଟ୍ରେନି ଅଫିସରମାନେ ପ୍ରଥମେ ସେମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସେମାନଙ୍କ ସହ ବାର୍ତ୍ତାଳାପ ଅବସରରେ ରାଜ୍ୟପାଳ ଏହି ନୂତନ ପ୍ରଶାସନିକ ଅଧିକାରୀମାନଙ୍କୁ ଗରିବମାନଙ୍କର ସେବାକୁ ପ୍ରାଥମିକତା ଦେବାକୁ କହିଛନ୍ତି । ଓଡ଼ିଶାର ଜନସାଧାରଣ ନିରୀହ ଓ ସରଳ । ଓଡ଼ିଶାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକ କିପରି ସମାଜର ତଳସ୍ତରକୁ ପହଂଚି ପାରିବ ତାକୁ ପ୍ରାଥମିକତା ଦେବା ସହ ଯେଉଁଠାରେ ବି କାମ କରନ୍ତୁ ସେଠାକାର ଜନସାଧାରଣଙ୍କ ଜୀବନରେ ପରବର୍ତ୍ତନ ଆଣିବାକୁ ଶ୍ରୀ ଦାସ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।
ଏହି ଅବସରରେ ରାଜ୍ୟପାଳଙ୍କ ପ୍ରମୂଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ମଧ୍ୟ ନୂତନ ଆଇଏଏସ୍ ଅଧିକାରୀଙ୍କୁ ନିଜର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।

Leave A Reply

Your email address will not be published.