ଖଲ୍ଲିକୋଟ/ଶାସକ ପ୍ରଶାସକ/ ଶିବରାମ ଜେନା: ଖଲ୍ଲିକୋଟ ରେ ଦଳୀୟ ନେତା ମାନଙ୍କ ର ପ୍ରଚାର ଚାଲିଛି ବିଜେପି ର ମାରାଥନ ପଦଯାତ୍ରା। ବିଜେପି ପକ୍ଷରୁ ଖଲ୍ଲିକୋଟ ୧୧ ନମ୍ବର ଜୋନ୍ ରେ ପଦଯାତ୍ରା ହୋଇଥିଲା । ପଦଯାତ୍ରା ରେ ୧୧ଟି ପଞ୍ଚାୟତ କୁ ଯାଇଥିଲେ ବୋଲି ଚର୍ଚ୍ଚା ଚାଲିଛି। ସେଥି ମଧ୍ୟରୁ ଭିକାପଡା, ଖୋଜାପଲ୍ଲୀ, କୈରାସି,ସାକରପୋଇ (ବିକ୍ରମ ପୁର ପଞ୍ଚାୟତ). ମାଣିକପୁର, କହ୍ନେଇପୁର, ତେନ୍ତୁଳିଆ , ଆଇତିପୁର, ଵାଦପଲୀ, ମାଣିକପୁର, ଇତ୍ୟାଦି ଗାଁ କୁ ଯାଇଛନ୍ତି ଏବଂ ନିଜର ପ୍ରାର୍ଥୀତ୍ବ ପାଇଁ ଭୋଟ ଭିକ୍ଷା କରିଥିଲେ । ଆଜିର ଏ କାର୍ଯ୍ୟକ୍ରମ ରେ ବିଜେପି ର ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଯଜ୍ଞ ନାରାୟଣ ଦାସ,ଶଙ୍କର ପ୍ରସାଦ ନାହାକ, ମନୋଜ କୁମାର ପ୍ରଧାନ,ନିରଞ୍ଜନ ମହାପାତ୍ର, ପ୍ରଫୁଲ୍ଲ ଗଉଡ, ସନ୍ତୋଷ କୁମାର ରାଉତ, ଜଗନ୍ନାଥ ଭୂୟାଁ, ସଞ୍ଜୟ ଜେନା, ରବିନ୍ଦ୍ର ସ୍ବାଇଁ, ମିଟୁ ସ୍ବାଇଁ, କାଳୁରାମ ମହାରଣା, ଅନୀତା ଶବର, ଅରୁଣ କୁମାର ଖୁଣ୍ଟିଆ, ଧନୁରାମ ପ୍ରଧାନ, ମନୋଜ କୁମାର ବେହେରା, ତଥା ଅନ୍ୟାନ୍ୟ ବିଜେପି କର୍ମୀ ମାନେ ପଦଯାତ୍ରା ରେ ସାମିଲ ଥିବା ବେଳେ ସାବୁଳିଆ ପଞ୍ଚାୟତର ସିଦ୍ଧାର୍ଥ ପଲେଇ ଙ୍କ ନେତୃତ୍ୱରେ ଯୁବଗୋଷ୍ଠୀ ତଥା ଅନ୍ୟାନ୍ୟ ଜନସାଧାରଣ ମାନେ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ବାସଭବନ ରେ ବିଜେପି ମିଶ୍ରଣ ପର୍ବ ରେ ଯୋଗଦାନ କରିଥିବା ସୂଚନା ମିଳିଛି |
ଏ ମାନଙ୍କ ମଧ୍ୟରେ ତୋଫାନ କୁମାର ଦଳେଇ ଶ୍ରୀ କାନ୍ତ ଦଳେଇ,ଗଗନ ବିହାରୀ ଦଳେଇ, ଗୁଞ୍ଜନ ଦଳେଇ ପ୍ରମୁଖ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ ବୋଲି ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.