ସମ୍ ଫୁଲନଖରା କ୍ୟାମ୍ପସରେ ବିଶ୍ୱ ମାତୃ ଦିବସ ପାଳିତ

3

ଭୁବନେଶ୍ୱର: ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସରେ ସ୍ଥାନୀୟ ସେଂଟ ଜାଭିୟର୍ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଶ୍ୱ ମାତୃତ୍ୱ ଦିବସ ପାଳିତ ହୋଇଯାଇଛି ।
ଏହି ଅବସରରେ ସେଂଟ ଜାଭିୟର୍ ହାଇସ୍କୁଲର ଅଧ୍ୟକ୍ଷା ଶ୍ରୀମତି ରଶ୍ମିତା ରାଉତରାୟଙ୍କ ତତ୍ୱାବଧାନରେ ୬ଷ୍ଠ ଶ୍ରେଣୀର ଛାତ୍ରୀ ତମନ୍ନା କାନୁନଗୋ, ଆଦ୍ୟାଶା ପଟ୍ଟନାୟକ ଓ ୮ମ ଶ୍ରେଣୀର ଛାତ୍ରୀ ଶିବାନୀ ଦାସଙ୍କ ସମେତ ଶିକ୍ଷୟତ୍ରୀ ଶ୍ରୀମତି ଅନୀମା କର, ସୁଶ୍ରୀ ରୋଜିନା ମୁଦୁଲି, ଶ୍ରୀମତି ମୋମିତା ରାୟ, ସୁଶ୍ରୀ ସୁସ୍ମିତା ସ୍ୱାଇଁ, ଶ୍ରୀ ରୁଦ୍ର ନାରାୟଣ ସାହୁ, ଶ୍ରୀମତି ସସ୍ମିତା ହାତି, ଶ୍ରୀମତି ଅନୁଜା ମହାନ୍ତି, ଶ୍ରୀମତି ପ୍ରଣତି ବିଶ୍ୱାଳ, ସୁଶ୍ରୀ ଦୀପିକା ଦାସ, ଶ୍ରୀ ଦିଲ୍ଲୀପ କୁମାର ରାଣା ଓ ସୁଶ୍ରୀ ଈପ୍ସିତା ମହାନ୍ତି ସାମିଲ ହୋଇଥିଲେ ।
ଏହି ଅବସରରେ ହସ୍ପିଟାଲର ଡାକ୍ତର ସିଦ୍ଧାର୍ଥ ଗୌତମ ଓ ନର୍ସିଂ ସୁପରିଟେଣ୍ଡେଂଟ ଇନ୍ଚାର୍ଜ ଶ୍ରୀମତି କମଳିନୀ ମଲ୍ଲିକଙ୍କ ସମେତ ହସ୍ପିଟାଲ୍ର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । କେକ୍ କାଟି ଏହି ଦିବସକୁ ହସ୍ପିଟାଲ ପରିସରରେ ପାଳନ କରିଥିଲେ ଛାତ୍ରଛାତ୍ରୀ ଓ ହସ୍ପିଟାଲ୍ କର୍ମଚାରୀ ।

Leave A Reply

Your email address will not be published.