ସାମାଜିକ ଐତିହ୍ୟ ଭାବେ ଅଗ୍ରସେନ ଭବନ ନିର୍ମାଣ ହେଉ -ଦୀପାଳି ଦାସ

10


​ଝାରସୁଗୁଡ଼ା,୫/୧୦: ମହାରାଜା ଅଗ୍ରସେନଙ୍କ ଜୟନ୍ତୀ ପାଳନ ଅବସରରେ ରବିବାର ସନ୍ଧ୍ୟାରେ ଅଗ୍ରସେନ ପୂଜା ଓ ସଙ୍ଗୀତମୟ ଅଗ୍ର ପାଠ ସହିତ ସାତଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ମୁଖ୍ୟ ଆୟୋଜନ ସ୍ଥଳ ସରବାହାଲ ସ୍ଥିତ ସ୍ୱର୍ଣ୍ଣଭୂମି ପ୍ୟାଲେସ ରେ ମହାରାଜାଙ୍କ ପୂଜା ଆରତୀ ପରେ କଥାବାଚକ ସଙ୍ଗୀତା ଲୋଧା ଓ ସୁମନ ଅଗ୍ରୱାଲଙ୍କ ଦ୍ୱାରା ଅଗ୍ର ପାଠ କରା ଯାଇଥିଲା। ଏହାପରେ ମହିଳା ଓ ବୋହୂମାନଙ୍କ ଦ୍ୱାରା ମନୋଜ୍ଞ ଭଜନ ଓ ନୃତ୍ୟ ପରିବେଷଣ କରାଯାଇଥିଲା।​ଏହି ସଭାରେ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଗ୍ର ସମାଜର ଏକତା ଓ ସାମାଜିକ କାର୍ଯ୍ୟର ପ୍ରଶଂସା କରିଥିଲେ। ଝାରସୁଗୁଡ଼ାରେ ଏକ ଅଗ୍ରସେନ ଭବନ ନିର୍ମାଣ ପାଇଁ ଆହ୍ୱାନ ଦେବା ସହ ଏଥିପାଇଁ ସମସ୍ତ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଏସପି ମଧୁସ୍ମିତା ମିଶ୍ର ମହିଳା ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିବା ବେଳେ ବ୍ରଜରାଜନଗର ପୌରପାଳ କୃଷ୍ଣ ଗୋପାଳ ସିତାନୀ ମହାରାଜାଙ୍କ ଆଦର୍ଶରେ ଚାଲିବାକୁ ପରାମର୍ଶ ଦେଇଥିଲେ।​ସମିତିର ସଂଯୋଜକ ନଭଲ ଅଗ୍ରୱାଲ ସ୍ୱାଗତ ଭାଷଣ ଦେଇଥିଲେ। ବରିଷ୍ଠ ନାଗରିକ ଅର୍ଜୁନଲାଲ ମୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମାଜର ଅନେକ ବରିଷ୍ଠ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଯୁବ ଉଦ୍ୟୋଗୀ ଅଜୟ ପୋଦ୍ଦାରଙ୍କୁ ବିଜନେସ୍ ଟାଇକୁନ ସମ୍ମାନରେ ଭୂଷିତ କରାଯାଇଥିଲା। ଆଗାମୀ ଅକ୍ଟୋବର ୯ ରେ କୌନ୍ ବନେଗା ଅଗ୍ରମଣୀ ଗେମ୍ ଶୋ ଏବଂ ଅକ୍ଟୋବର ୧୦ ରେ ରଙ୍ଗାରଙ୍ଗ ଅନ୍ତାକ୍ଷରୀ ଆୟୋଜିତ ହେବ।

Leave A Reply

Your email address will not be published.