ମୁଁ ଆଦିବାସୀ ଝିଅ , ଆଦିବାସୀଙ୍କର କଷ୍ଟ କଣ ଜାଣିଛି :- ବର୍ଷା

3

https://youtu.be/4Ye5MVtKvNM

ବର୍ଷା ଙ୍କର ଭାଷଣ ରେ ବିରୋଧୀ ଶିବିର ରେ ଛନକା

ବରଗଡ :- ” ମୁଁ ଜଣେ ଆଦିବାସୀ ଝିଅ । କେରମେଲାବାହାଲ ଗ୍ରାମରେ ମୋର ଜନ୍ମ । ମୁଁ ଜାଣିଛି ଆମ ଅଞ୍ଚଳର ମାଁ ଭଉଣୀ ମନେ ଭୋର ରୁ କେନ୍ଦୁପତ୍ର ସଂଗ୍ରହ କରିବାକୁ ଯାଇ ପ୍ରାୟ ଦିପହର ବାର ଟାରେ ଘରକୁ ଫେରି ନିଜର ଘର କାମ କରି , ପତ୍ର ବାନ୍ଧି ଫଡ଼ିକୁ ନେଇଥାନ୍ତି । ମୁଁ ଜାଣିଛି ସେମାନେ କେତେ କଷ୍ଟ କରନ୍ତି। । ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା ମାଧ୍ୟମ ରେ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମାନଙ୍କୁ ବିଗତ ଦିନ ମାନଙ୍କରେ ଅନେକ ପ୍ରକାର ସୁବିଧା ପ୍ରଦାନ କରି ଆସୁଛନ୍ତି ।ପତ୍ର ତୋଳାଳୀ ଓ କର୍ମଚାରୀ ମାନଙ୍କ ଦେୟ ବୃଦ୍ଧି ଠାରୁ ଆରମ୍ଭ କରି ଝିଅ ବାହାଘର ପର୍ଯନ୍ତ ସବୁ କାମ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ନେତୃତ୍ୱରେ ରାଜ୍ୟ ସରକାର ସହାୟତା ପ୍ରଦାନ କରି ଆସୁଛନ୍ତି | ହେଲେ , କେନ୍ଦ୍ର ସରକାର ହୀରା ଉପରେ କମ ଓ କେନ୍ଦୁପତ୍ର ଉପରେ ଅଧିକ GST ଲାଗୁ କରି ହୀରା ବ୍ୟବସାୟୀ ମାନଙ୍କ ରିହାତି ଓ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମାନଙ୍କ ଉପରେ ଜୁଲମ କରି ଆସୁଛନ୍ତି । ଏହା ସହିତ ଦେଶର ହାତ ଗଣତି କିଛି ବଡ ବଡ ବ୍ୟବସାୟୀ ମାନଙ୍କର ଲକ୍ଷ ଲକ୍ଷ କୋଟି ଟଙ୍କାର ଋଣ କେନ୍ଦ୍ର ସରକାର ଛାଡ଼ କରି ସାରିଥିବା ବେଳେ , ଗରିବ ଓ ସାଧାରଣ ଚାଷୀ ମାନଙ୍କ କୋଣସି ଋଣ ଛାଡ କରି ନାହିଁ । ” ଆଜି ଧୂମାଭଟା ଠାରେ ଆୟୋଜିତ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମହାସଂଘ ର ପଦ୍ମପୁର ଡିଭିଜନ ସ୍ତରୀୟ ବୈଠକ ରେ ଯୋଗ ଦେଇ ବିଜେପି ଓ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରିଥିଲେ ବର୍ଷା ।
ପ୍ରାପ୍ତ ସୁଚନା ଅନୁସାରେ ଧୂମାଭଟା ଗ୍ରାମରେ ଆଜି କେଦୁପତ୍ର ତୋଳାଳୀ ଓ କର୍ମଚାରୀ ମହାସଂଘ ପଦ୍ମପୁର ଡିଭିଜନ ର ଏକ ସମ୍ମିଳନୀ ଆୟୋଜିତ କରାଯାଇଥିଲା। ଏହି ସମ୍ମିଳନୀ ରେ ମହାସଂଘ ର ରାଜ୍ୟ ସଭାପତି ଶ୍ରୀ ପ୍ରତାପ ମହାନ୍ତି , ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ , ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଶ୍ରୀ ରାଜୁ ଘିବେଳା , ବିଜୁ ଜନତା ଦଳର ସଂଯୋଜକ ଶ୍ରୀ ମୌସମ ମିଶ୍ର , ଶ୍ରୀ ହୃଦାନନ୍ଦ ବାରିକ , ଶ୍ରୀ ଟାଇଲ ଚନ୍ଦ୍ର ଭୋଇ ପ୍ରମୁଖ ଯୋଗଦାନ କରି ନିଜର ନିଜର ବକ୍ତବ୍ୟ ରଖିଥିବା ବେଳେ , ବିଧାୟିକା ବର୍ଷା ସିଂ ବାରିହା ଙ୍କର ତଥ୍ୟ ଭିତ୍ତିକ ଅଭିଭାଷଣ ଉପସ୍ଥିତ ଲୋକଙ୍କୁ ବହୁତ ପସନ୍ଦ ହୋଇଥିଲା । ନିର୍ବାଚନ ସମୟ ହୋଇଥିବା କାରଣରୁ ବିଗତ ଦିନରେ କେନ୍ଦୁପତ୍ର ତୋଳାଳୀ ମାନଙ୍କ ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ , ଅଂଚଳ ରେ ହୋଇଥିବା ମାରାଥନ ବିକାଶ କାମ କୁ ଦେଖି ପୁଣି ଥରେ ବିଜୁ ଜନତା ଦଳ , ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ଓ ସଂସଦ ପ୍ରାର୍ଥୀନୀ ଶ୍ରୀମତୀ ପରିଣିତା ମିଶ୍ର ଙ୍କୁ ଭୋଟ ଦେଇ ଆଶୀର୍ବାଦ ପ୍ରଦାନ କରିବା ପାଇଁ ନିଜ ଅଭିଭାଷଣ ରେ କହିଥିଲେ ବର୍ଷା ।

Leave A Reply

Your email address will not be published.