https://youtu.be/hU15v4N23g4
ବିଜେଡି ଶିବିରରେ ଆନନ୍ଦର ଲହରୀ : ବହୁ ସଂଖ୍ୟାରେ ବିଜୟୀ ପାଇଁ ବିକାଶମୂଳକ କାର୍ଯ୍ୟ ହିଁ ଯଥେଷ୍ଟ l
(ମାହାଙ୍ଗା-ଶାସକ ପ୍ରଶାସକ): ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପୁତ୍ର ତଥା ମାହାଙ୍ଗା ବିଧାନସଭା କ୍ଷେତ୍ର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ଅଙ୍କିତ ପ୍ରତାପ ଜେନା ମଙ୍ଗଳବାର ଦିନ ନାମାଙ୍କନ ଭରିଛନ୍ତି l ମାହାଙ୍ଗା ବିଜେଡ଼ି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ସୋମବାର ଦିନ ହଜାର ହଜାର ସଂଖ୍ୟକ ବିଜେଡି ସମର୍ଥକଙ୍କ ପଟୁଆର ରେ ଆସି ବିଳମ୍ବରେ ପହଞ୍ଚିବାରୁ ନାମାଙ୍କନ ଭରି ନଥିଲେ, ପୁନର୍ବାର ମଙ୍ଗଳବାର ଦିନ ବିଧାୟକ ପ୍ରତାପ ଜେନାଙ୍କ ସହ ଆସି କଟକ ଉପଜିଲ୍ଲାପାଳ ଅଫିସରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି l ଫଳରେ ବିଜେଡି ଶିବିରରେ ଆନନ୍ଦର ଲହରୀ ଖେଳିଯାଇଛି l ଏପରିକି ହଜାର ହଜାର ସଂଖ୍ୟକ ବିଜେଡି ସମର୍ଥକ ଏକଜୁଟ ହୋଇ ବିଜେଡି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ବହୁ ସଂଖ୍ୟାରେ ଜିତାଇବେ ବୋଲି ପ୍ରକାଶ କରିଛନ୍ତି l ତେବେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଵିକାଶ କାର୍ଯ୍ୟକ୍ରମ ଏବଂ ବିଧାୟକ ପ୍ରତାପ ଜେନାଙ୍କ ଦୃଢ ସଂଗଠନ, ଶକ୍ତିଶାଳୀ କାର୍ଯ୍ୟ ଦକ୍ଷତା ହିଁ ବିଜେଡି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ଙ୍କୁ ବହୁ ସଂଖ୍ୟାରେ ବିଜୟ ଲାଭ କରିବ ବୋଲି ବହୁ ରାଜନୀତିଜ୍ଞ ମାନେ ପ୍ରକାଶ କରିଛନ୍ତି l