ଶିକ୍ଷା ଅଧିକାର ଆଇନ ଧାରା ୧୨(୧)(ଗ) ଅନୁଯାୟୀ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଲଟେରୀ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଚୟନ

3

ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନ ୨୦୦୯ ଅନ୍ତର୍ଗତ ଧାରା ୧୨(୧)(ଗ) ଅନୁଯାୟୀ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନେ ବେସରକାରୀ ବିଦ୍ୟାଳୟଗୁଡ଼ିକର ପ୍ରବେଶ ସ୍ତରରେ ନିଶୁଲ୍କ ଶିକ୍ଷା ପାଇପାରିବୋ ଏଥି ପାଇଁ ଆର୍.ଟି.ଇ.(RTE) ପାରଦର୍ଶୀ ପୋର୍ଟାଲ www.rteparadarshi.odisha.gov.in ରେ ଆବେଦନ ଆହ୍ୱାନ କରାଯାଇଥିଲାା ତୃତୀୟ ପର୍ଯ୍ୟାୟ ପାଇଁ ମଇ ୨ ତାରିଖରୁ ଆରମ୍ଭ କରି ୮ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଆବେଦନ କରିଥିଲୋ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ସମୁଦାୟ ୨୩୦୨ ଅନ୍ଲାଇନ୍ ଆବେଦନ କରାଯାଇଥିଲା ଏବଂ ଏହା ମଧ୍ୟରୁ ବ୍ଲକ୍ ଶିକ୍ଷା ଅଧିକାରୀମାନେ ମୂଳ ପ୍ରମାଣପତ୍ର ଯାଞ୍ଚ କରି ୧୭୭୮ ଆବେଦନ ପତ୍ରକୁ ଯୋଗ୍ୟ ବିବେଚିତ କରିଥିଲୋ ଯୋଗ୍ୟ ଆବେଦନ ପତ୍ରଗୁଡ଼ିକୁ ପାରଦର୍ଶୀ ପୋର୍ଟାଲ (Directorate of Elementary Education (DEE) Odisha) ମାଧ୍ୟମରେ କେନ୍ଦ୍ରୀୟ ଲଟେରୀ ମାଧ୍ୟମରେ ତା. ୧୩/୦୫/୨୦୨୪ରିଖ ୬ଟା ୩୦ ସମୟରେ ପ୍ରାଥମିକ ନିର୍ଦ୍ଦେଶକଙ୍କ ଦ୍ୱାରା କରାଯାଇଥିଲାା ସେଥି ମଧ୍ୟରୁ ୧୫୮୯ ଜଣ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ଲଟେରୀ ମାଧ୍ୟମରେ ଚୟନ କରାଯାଇଛିା ବର୍ତ୍ତମାନ ବ୍ଲକ୍ ଶିକ୍ଷା ଅଧିକାରୀମାନେ ସଂପୃକ୍ତ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ପ୍ରଦାନ କରିବୋ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ତା. ୧୪/୦୫/୨୦୨୪ରିଖରୁ ତା. ୩୧/୦୫/୨୦୨୪ରିଖ ମଧ୍ୟରେ ନାମ ଲେଖାଯିବା ଏହି ନାମଲେଖା ସଂପୂର୍ଣ୍ଣ ନିଶୁଲ୍କ ଅଟେ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ମଧ୍ୟ କୌଣସି ଅର୍ଥ ଅଭିଭାବକମାନଙ୍କଠାରୁ ନେଇପାରିବେ ନାହିାଁ ଯଦି ଏହାକୁ କୌଣସି ବିଦ୍ୟାଳୟ ଖିଲାପ କରନ୍ତି, ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ହେଲ୍ପଲାଇନ୍ ନମ୍ବର-୧୮୦୦୩୪୫୬୭୨୨ |

Leave A Reply

Your email address will not be published.