ଗୁଣପୁର ରେ ଶାନ୍ତି ଶୃଙ୍ଖଳା ସହ ଶେଷ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ

3

 ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି -ସାରା ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି । ରାୟଗଡା ଜିଲ୍ଲା ଗୁଣୁପୁର ନିର୍ବାଚନ ମଣ୍ଡଳୀ ରେ ଭୋଟ୍ ଦାନ ପ୍ରକ୍ରିୟା ସକାଳ ୭ ଟା ରୁ ଆରମ୍ଭ ହୋଇଛି ।ଗୁଣୁପର ଅଞ୍ଚଳରେ ବିଭନ୍ନ ମତଦାନ କେନ୍ଦ୍ରମାନଙ୍କୁ ବୋହୁ ସୁନ୍ଦର ଭାବେ ସାଜସଜା କରଯାଇଥିଲା । ସେଥି ମଧ୍ୟରେ ଗୁଣୁପର ଉଚ୍ଚ ବିଦ୍ୟାଳୟ ଓ ମହିଳା ଉଚ୍ଚ ବିଦ୍ୟାଳୟ ର ଆଦର୍ଶ ବୁତ , ବାଉରୀ ସାହି , ବିକ୍ରମପୁର କଲନି, କୋତୁରୁ ଗ୍ରାମ, ବ୍ରାହ୍ମଣ ସାହି , ଏକ୍ସ ବୋର୍ଡ ସ୍କୁଲ ମାନଙ୍କ ଠାରେ ସଖି ବୁତ ଓ ପୁରଣା ଗୁଣୁପର ଠାରେ ଇକୋଫ୍ରେଣ୍ଡଳୀ ବୁତ ଦେଖିବାକୁ ମିଳିଥିଲା। ଭୋଟର ମାନେ ଏହା ଦେଖି ଆଗ୍ରହର ସହ ମତଦାନ କେନ୍ଦ୍ର କୁ ଆସି ଭୋଟ୍ ଦେଉଥିବା ଦେଖିବାକୁ ମିଳିଛି ।ସମସ୍ତ ସ୍ଥାନରେ ପାନୀୟ ଜଳ ,ଫାଷ୍ଟ ଏଇଡ଼ , ଅସ୍ଥାଇ ଶିଶୁ ରହଣି କେନ୍ଦ୍ର ଓ ଟେଣ୍ଟର ବ୍ୟବସ୍ତା କରାଯାଇଥିଲା । ଗୁଣୁପୁର ନିର୍ବାଚନ ମଣ୍ଡଳୀ ରେ ମୋଟ ୨୮୯ ଟି ବୁଥ କରାଯାଇ ଥିବା ବେଳେ ସେଥିରୁ ୧୯ ଟି ସଖୀ,୯ ଟି ଆଦର୍ଶ ବୁଥ ଓ ଗୋଟିଏ ଭିନ୍ନକ୍ଷମ ଙ୍କ ପାଇଁ ବୁଥ କରାଯାଇଛି । ମୋଟ ୧୭୩୪ ଜଣ ପୁଲିଙ୍ଗ କର୍ମଚାରୀ,୨୮୯ ଜଣ ପୁଲିସ କର୍ମଚାରୀ ମତଦାନ ପରିଚାଳନା ପାଇଁ ନିୟୋଜିତ ହୋଇଛନ୍ତି । ଏହି ନିର୍ବାଚନ ମଣ୍ଡଳୀ ରେ ୨ଲକ୍ଷ,୨୧ ହଜାର,୪୯୫ ଜଣ ଭୋଟର ରହିଛନ୍ତି । ଏଥି ମଧ୍ୟରୁ ୧ ଲକ୍ଷ ୬ ହଜାର ୬୮୪ ଜଣ ପୁରୁଷ ଭୋଟର ଥିବା ବେଳେ ୧ ଲକ୍ଷ ୧୪ ହଜାର ୭୬୨ ଜଣ ମହିଳା ଭୋଟର ଅଛନ୍ତି । ଗୁଣୁପୁର ବିଧାନସଭା ଆସନ ପାଇଁ ମୋଟ ୧୨ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି । ଆଜି ଅତ୍ୟନ୍ତ ଆଗ୍ରହର ସହ ନୂତନ ଭୋଟର ମାନେ ମଧ୍ୟ ଉତ୍ସାହର ସହ ଭୋଟ୍ ଦେଉଥିବା ଦେଖିବାକୁ ମିଳିଛି ।ଭୋଟ ଶେଷ ସୁଧା ୬୦% ମତଦାନ ହୋଇଥିବା ଅନୁମାନ କରାଯାଉଛି ବୋଲି ଭୋଟ ବିଶେଷଜ୍ଞ ମତ ଦେଉଥିଲେ।ବିଜେଡି ଓ କଂଗ୍ରେସ ମଧ୍ୟରେ କଡା ଟକର ହବାର ସମ୍ଭାବନା ଅଛି। ବର୍ତ୍ତମାନ ରହିଲା ଫୋଳାଫଳ କାହା ସପକ୍ଷରେ ଆସିବ।

 

Leave A Reply

Your email address will not be published.