ରାଉରକେଲା, (ବସନ୍ତ କୁମାର ଜେନା): ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ଏକ ରକ୍ତଦାନ କାର୍ଯ୍ୟକ୍ରମ ଆଇଜିଏଚ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଅନୁଷ୍ଠାନର ସଭାପତି ଡାକ୍ତର ଦେବେନ୍ଦ୍ର କୁମାର ସେଠୀ, ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସ ତଥା ସାଂଗଠନିକ ସମ୍ପାଦକ ହିମାଂଶୁ ମହାପାତ୍ର ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଜିଏଚ ର ନିର୍ଦ୍ଦେଶକ ଡାକ୍ତର ବି କେ ହୋତା ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଏଭଳି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି କହିଥିଲେ। ରକ୍ତଦାନ ଦ୍ବାରା ନିଜର ଓ ସମାଜର ମଙ୍ଗଳ ସାଧିତ ହୋଇଥାଏ ବୋଲି ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସର୍ବଶ୍ରୀ ବିଭୂତି ଭୂଷଣ ବିଶ୍ବାଳ, ମନୋଜ କୁମାର ନାୟକ, ଅଶୋକ ପଟେଲ, ସାଗର ପାଣି, ମୀନତି ବେହେରା, ସନ୍ତୋଷ ମହାନ୍ତି, ଅଶୋକ ପଟ୍ଟନାୟକ, ସ୍ମିତା ମିଶ୍ର, ହେମନ୍ତ ବେହେରା, ରାଜକିଶୋର ସାମଲ,ସୁଦୀପ୍ତ ଦତ୍ତ, ରମେଶ ସାହୁ, ଡାକ୍ତର ସମର୍ଥ ମିଶ୍ର, ଅକ୍ଷୟ ଜେନା, ଧର୍ମେନ୍ଦ୍ର ପାତ୍ର, ମହାପ୍ରସାଦ ସିଂ, ପୁନିତ ମିଶ୍ର, ଗୁରୁ ସେବକ ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ସହ ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଆଇଜିଏଚ ରକ୍ତଦାନ ୟୁନିଟ ର ଡାକ୍ତର ଓ କର୍ମଚାରୀ ମାନେ ସହଯୋଗ କରିଥିବାବେଳେ ସମସ୍ତ ରକ୍ତଦାତାଙ୍କୁ ମେମୋଣ୍ଟୋ ଦିଆଯାଇ ଉତ୍ସାହିତ କରାଯାଇଥିଲା। ରକ୍ତଦାନ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ସମ୍ପାଦକ ଶ୍ରୀ ଦାସ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ।
Sign in
Sign in
Recover your password.
A password will be e-mailed to you.