ବିପୁଳ ଜନ ସମର୍ଥକଙ୍କ ସହ ପ୍ରାର୍ଥୀ ପତ୍ର ଦାଖଲ କଲେ ସାରସକଣା ବିଜେଡି ବିଧାୟକ ପ୍ରାର୍ଥୀ ଡ: ଦେବାଶିଷ ମାରାଣ୍ଡି

4

ମୟୂରଭଞ୍ଜ ସାରସକଣା ଦିପୁ ମହାପାତ୍ରଙ୍କ ରିପୋର୍ଟ । – ଆଦିବାସୀ ବହୁଳ ଜିଲ୍ଲା ଭାବେ ମୟୂରଭଞ୍ଜ ବିଗତ ଦିନରେ ସ୍ଵତନ୍ତ୍ର ରାଜ୍ୟ ପରିଗଣିତ ହୋଇଥିବା ମୟୂରଭଞ୍ଜ ଆଜି ୯ଟି ବିଧାନ ସଭା ଏବଂ ୧ଟି ସଂସଦ କୁ ନେଇ ଗଠିତ । ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ପରିପେକ୍ଷିରେ ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରେ ବିଜେଡି ର ରାଇରଙ୍ଗପୁର ବିଧାୟକ ଶ୍ରୀ ରାଇସେନ୍ ମୁର୍ମୁ ଏବଂ ସାରସକଣା ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଡ଼: ଦେବାଶିଷ ମାରାଣ୍ଡି ବିପୁଳ ଜନ ସମର୍ଥକଙ୍କ ସହ ପ୍ରାର୍ଥୀ ପାତ୍ର ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଦାଖଲ ସମୟରେ ବିଜେଡି ମୟୁରଭଂଜ ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି , ବିଜେଡ଼ି ରାଜ୍ୟ ସଭା ସାଂସଦ ମମତା ମହାନ୍ତ ଏଵଂ ବିଜେଡି ର ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ବିଜେଡ଼ି କର୍ମୀ ଓ ଶୁଭେଚ୍ଛୁ ମାନଙ୍କ ଉପସ୍ଥିତି ରେ ରାଇରଙ୍ଗପୁର ଠାରେ ଥିବା ଜଗନ୍ନାଥ ମନ୍ଦିର ରୁ ବିଶାଳ ଶୋଭା ଯାତ୍ରାରେ ବାହାରି ଉପ ଜିଲ୍ଲପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚି ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ।

Imageତେବେ ଗତ ନିର୍ବାଚନରେ ମୟୂରଭଞ୍ଜ ବିଜେପିର ଗଡ ହୋଇଥିଲା ବେଳେ ୨୦୨୪ ସାଧାରଣ ନିର୍ବାଚନରେ ଭୋଟର ଙ୍କ ଆଭିମୁଖ୍ୟ କଣ ରହିବ ତାହା ଆଗାମୀ ଦିନରେ ଜଣା ପଡ଼ିବ । ନାମାଙ୍କନ ପତ୍ର ଦାଖଲ କରି ସାରିବା ପରେ ଦେବାଶିଷ ମାରାଣ୍ଡି କହିଥିଲେ କି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଏବଂ ନିର୍ମଳ ଭାବ ମୂର୍ତ୍ତି ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ରହିଛି । ଏହାକୁ ବିଶ୍ୱାସ କରି ଆଜି ଯେତିକି ଭାବେ ସାରସକଣା ନିର୍ବାଚନ ମଣ୍ଡଳୀର ଅଞ୍ଚଳବାସୀ ମୋ ସହିତ ସାମିଲ ହୋଇଛନ୍ତି ସେଥିରେ ସାରସକଣା ବିଧାନସଭାରେ ବିଜେଡି ବିପୁଳ ସଂଖ୍ୟାରେ ବିଜୟ ଲାଭ କରି ଯଶସ୍ଵି ହେବ ଏବଂ ଓଡ଼ିଶାରେ ସରକାର ଗଠନ କରିବ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ । ତେବେ ଉଭୟ ବିଜେଡି ଓ ବିଜେପି ଦଳ ରେ ବିପୁଳ ଜନ ସମର୍ଥନ ଦେଖା ଦେଇଥିଲା ବେଳେ ଭୋଟରଙ୍କ ମୁଡ କେଉଁ ଆଡ଼କୁ ଯିବ ତାହା ସମୟକୁ ଅପେକ୍ଷା । 

Leave A Reply

Your email address will not be published.