ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିସରରେ ପାରଳାର ଅଗ୍ରଣୀ ମହିଳା ସଙ୍ଗଠନ ”ପ୍ରଗତି” ଆନୁକୁଲ୍ୟରେ ”ବିଶ୍ୱ ମାତୃ ଦିବସ” ଏବଂ ”ପ୍ରଗତି” ମହିଳା ସଂଗଠନର ୪ର୍ଥ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଂଯୋଜନାରେ ସମ୍ପାଦିକା ତନୁଜା ଶତପଥୀ ବିବରଣୀ ପାଠ କରିଥିଲେ। ସ୍ଵତନ୍ତ୍ର ଅତିଥି ହରିମୋହନ ପଟ୍ଟନାୟକ , ମୁଖ୍ୟ ଅତିଥି କୁମୁଦିନୀ ଭୁକ୍ତା , ମୁଖ୍ୟବକ୍ତା ଗିରିଜା ନନ୍ଦିନି ପଟ୍ଟନାୟକ , ସଭାପତି ଲୋକନାଥ ମିଶ୍ର , ସମ୍ମାନିତ ଅତିଥି ଭାଗବତ ପାଢ଼ୀ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରେ ମା’ର ମହତ୍ତ୍ଵ , ତାଗ , ନିଷ୍ଠା ଏବଂ ମା’ର ନିଃସର୍ତ୍ତ ସେବା ପାଇଁ ସେ ଯୁଗେ ଯୁଗେ ମହିୟସୀ ମାଆ ଚୀର ବନ୍ଦନୀୟା ଅଭିନ୍ଦନୀୟା ବୋଲି କହିଥିଲେ।
ସବିତା ପଣ୍ଡିତ ଅତିଥି ଆହ୍ଵାନ ଏବଂ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରେଷ୍ଠ ମା ଭାବେ ପ୍ରମିଳା ପଟ୍ଟନାୟକଙ୍କୁ ପ୍ରଗତି ମାତୃ ସମ୍ମାନ ପ୍ରଦାନ କରାଯାଇଥିଲା। ତର୍କ , ଚିତ୍ର , କବିତା ଆବୃତ୍ତି ରେ ବିଜୟ ଲାଭକରିଥିବା ଛାତ୍ର ଛାତ୍ରୀ ଗୃହିଣୀ ମାନଙ୍କୁ ପୁରସ୍କାର ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ମୁରଲୀଧର ପରିଚ୍ଛା ଶରତ ପ୍ରଧାନ , ଅରୁଣ ପଣ୍ଡା , ମାନସୀ ପଣ୍ଡା , ଅଞ୍ଜନି ପଟ୍ଟନାୟକ , ଶୁଭଶ୍ରୀ ଭୁକ୍ତା ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post