ପଦ୍ମପୁର :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋହାରପାଲି ପଞ୍ଚାୟତ ର ଗମ୍ଭାରୀ ଡ଼ିହି, ଲୋହାର ପାଲି, କଦଳୀମୁଣ୍ଡା, ବରଭଟା, ସର୍ଗିଜୁରୀ କବିବରପୁର ରେ ବିଜେଡି ର ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି l ବିଧାୟକ ପ୍ରାର୍ଥୀନୀ ବର୍ଷା ସିଂ ବରିହା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ, ବ୍ଳକ୍ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା, ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ ସରୋଜ ବହିଦାର, ଲୋହାରପାଲି ସରପଞ୍ଚ ଝରଣା ଲୁହାର, ପ୍ରତିନିଧି ତୁଳାରାମ ଲୁହାର ଯୋଗଦେଇ ବିଜୁ ଜନତା ଦଳ କୁ ଭୋଟ ଦେବାପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ l ବିଧାୟିକା ପ୍ରାର୍ଥୀନୀ ବର୍ଷା ସିଂ ବରିହା ନିଜ ଅଭିଭାଷଣ ରେ କହିଥିଲେ ମୋତେ ଆପଣ ମାନେ ଗୋଟିଏ ବର୍ଷ ପାଇଁ ଭୋଟ ଦେଇଥିଲେ ଏବଂ ମୁଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ l ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସବୁ ପହଞ୍ଚାଇବାକୁ ଚେଷ୍ଟା କରିଛି l ଆଗାମୀ ଦିନରେ ଆମ ଦଳ ଜିତିଲେ ଏସ୍.ଏଚ୍.ଜି ମା ମାନେ ପେନସନ୍ ପାଇବେ, ବିଦ୍ୟୁତ୍ ବିଲ୍ ଦେବାକୁ ପଡିବ ନାହିଁ, ଅନୁରୋଧ କରୁଛି ଯେଉଁ ସରକାର ବିକାଶ କରୁଛି ସେହି ଦଳ କୁ ଭୋଟ ଦେଇ ଜୟଯୁକ୍ତ କରନ୍ତୁ, ମୁଁ ଆପଣଙ୍କ ପାଖକୁ ଝିଅ ହିସାବରେ ଆସିଛି, ମୋ ବାପାଙ୍କୁ ଯେମିତି ଆଶୀର୍ବାଦ କରୁଥିଲେ, ତାଙ୍କ ସଂଗଠନ କୁ ବଞ୍ଚାଇ ରଖିବା ପାଇଁ ମତେ, ମୋ ଭାଇ କୁ, ଆମ ଦଳକୁ ଆଶିର୍ବାଦ କରିବେ ବୋଲି ଅନୁରୋଧ କରିଥିଲେ l ଅଧ୍ୟକ୍ଷା ଶ୍ରୀମତୀ ଭୋଇ ଅଞ୍ଚଳର ବିକାଶ ଧାରା କୁ ବଜାୟ ରଖିବା ପାଇଁ, ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ ଙ୍କ ହାତମୁଠା କୁ ଟାଣ କରିବା ପାଇଁ, ଯୋଡି ଶଂଖ ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ କହିଥିଲେ l ଏହି କାର୍ଯ୍ୟକ୍ରମ ରେ ସମସ୍ତ ଦଳୀୟ କର୍ମୀ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.