ଗଜପତି ଜିଲ୍ଲାର ୨ ଟି ନିର୍ବାଚନ ମଣ୍ଡଳୀ ରେ ଶାନ୍ତିପୂର୍ଣ୍ଣ ମତଦାନ : ମତଦାନ ହାର ୬୭.୯୩ ପ୍ରତିଶତ

4

 https://youtu.be/l4JzxddDK_g

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ୨ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାରଳାଖେମୁଣ୍ଡି ଏବଂ ମୋହନା ଠାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ମତଦାନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି ।
ଏହି ନିର୍ବାଚନ ଅବସରରେ ଅନୁଷ୍ଠିତ ମତଦାନ ପୂର୍ବରୁ ଜିଲ୍ଲାର ସମସ୍ତ ମତଦାନ କେନ୍ଦ୍ର ଠାରେ ଆଜି ପ୍ରଥମେ ମକପୋଲ କାର୍ଯ୍ୟକ୍ରମ ପୋଲିଂ ଅଫିସର ଓ ସମସ୍ତ ଏଜେଣ୍ଟ ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ପରେ ସକାଳ ୭ଟା ଠାରୁ ସମସ୍ତ ମତଦାନ କେନ୍ଦ୍ର ମାନଙ୍କରେ ମତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଗ୍ରୀଷ୍ମ ପ୍ରବାହର ପ୍ରକୋପ ପ୍ରତି ଦୃଷ୍ଟିରେ ରଖି ଭୋଟର ମାନେ ସକାଳ ୭ ଟା ଠାରୁ ସ୍ଵ ଇଚ୍ଛାରେ ଆସି ଲମ୍ବା ଧାଡ଼ିରେ ଠିଆ ହୋଇ ଭୋଟ ନିଜର ମନ ପସନ୍ଦ ପ୍ରାର୍ଥୀଙ୍କୁ ବାଛି ଭୋଟ ଦେଇଥିଲେ।
ଆଜି ଗଜପତି ଜିଲ୍ଲାର ୨ ଗୋଟି ନିର୍ବାଚନ ମଣ୍ଡଳୀ ପାରଳାଖେମୁଣ୍ଡି ଓ ମୋହନା ରେ ଥିବା ମୋଟ ୪ ଲକ୍ଷ ୫୮ ହଜାର ୨୨୮ ଜଣ ଭୋଟର ଉଭୟ ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ୧୭ ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ ପୂର୍ବକ ବେଲୋଟ ବକ୍ସ ତଥା ଭୋଟିଂ ମେଶିନରେ ଭର୍ତ୍ତି ହୋଇ ରହିଛି। ଯାହାକି ଆସନ୍ତା ମାସ ଜୁନ ୪ ତାରିଖ ଦିନ ଗଣତି ବେଳେ ଜଣାପଡ଼ିବ।
ଜିଲ୍ଲାର ୨ ଟି ନିର୍ବାଚନ ମଣ୍ଡଳୀରେ ମୋଟ ୫୭୩ ଟି ମତଦାନ କେନ୍ଦ୍ର ରହିଥିବା ବେଳେ କେବଳ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୫୭ ଟି ସଖୀ ମତଦାନ କେନ୍ଦ୍ର ରହିଛି। ଏହି ମତଦାନ କେନ୍ଦ୍ର ମାନଙ୍କରେ କେବଳ ମହିଳା ମାନେ ମତଦାନ କାର୍ଯ୍ୟ ପରିଚାଳନା କରିଥିଲେ। ସମସ୍ତ ମତଦାନ କେନ୍ଦ୍ର ମାନଙ୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାନୀୟ ଜଳ , ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ମାନଙ୍କ ପାଇଁ ହୂଇଲ ଚେୟାର ବ୍ୟବସ୍ଥା , ସିସି କେମେରା ବିଦ୍ୟୁତ୍ , ସ୍ୱେଚ୍ଛାସେବୀ ଓ ଏନସିସି କେଡେଟ ପ୍ରଭୃତି ଆନୁସଙ୍ଗିକ ସମସ୍ତ ବ୍ୟବସ୍ଥା କରାଯାଇଥିଲା।
ମତଦାନ ସମୟରେ ପ୍ରାୟତଃ ସମସ୍ତ ବୁଥମାନଙ୍କରେ ମହିଳା ଭୋଟର ମାନଙ୍କ ଲମ୍ବା ଧାଡ଼ି ରହିଥିଲା। ଏଥିସହ ବହୁ ନୂତନ ଭୋଟର ଏହି ନିର୍ବାଚନ ପର୍ବରେ ସାମିଲ ହୋଇ ଉତ୍ସାହିତ ଥିବା ସହ ପ୍ରଥମ କରି ଭୋଟ ଦେଉଥିବା ଯୋଗୁଁ ସେମାନେ ବହୁତ୍ ଖୁସିଥିବା କହିଥିଲେ ।
ଏହି ନିର୍ବାଚନ ମତଦାନ ସମୟ ମୋହନା ନିର୍ବାଚନ ମଣ୍ଡଳୀରେ ଏହା ସକାଳ ୭ଟା ଠାରୁ ଆରମ୍ଭ ହୋଇ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଏବଂ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଏହା ସକାଳ ୭ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ନିର୍ଦ୍ଧାରିତ ସମୟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମୋହନା ନିର୍ବାଚନ ମଣ୍ଡଳୀରେ ଅପରାହ୍ନ ୪ ଟା ବେଳେ ମତଦାନ କାର୍ଯ୍ୟ ସମ୍ପନ୍ନ ହୋଇ ମତଦାନ ହାର ସେଠାରେ ୭୧.୨୦ ପ୍ରତିଶତ ରହିଥିବା ବେଳେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ମତଦାନ ହାର ୬୪.୨୩ ପ୍ରତିଶତ ହୋଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାଯାଇଛି।

Leave A Reply

Your email address will not be published.