ଭୁବନେଶ୍ୱର, ୧୩/୦୫/୨୦୨୪: ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନରେ ବିଜୁ ଜନତା ଦଳ ୯୦ ପ୍ରତିଶତରୁ ଅଧିକ ଆସନରେ ବାଜିମାତ କରୁଛି ବୋଲି ଆଜି ସନ୍ଧ୍ୟାରେ ଶଙ୍ଖଭବନ ଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦଳର ଜାତୀୟ ମୁଖପାତ୍ର ଡ଼ଃ ସସ୍ମିତ ପାତ୍ର | ସେ କହିଥିଲେ, ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରାୟ ଶେଷହେବା ପରେ ଯେଉଁ ଫିଡବ୍ୟାକ୍ ଆସୁଛି, ତାହା ଅନୁଯାୟୀ ଗୋଟିଏ କଥା ସ୍ପଷ୍ଟ, ବିଜୁ ଜନତା ଦଳ ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଉଲ୍ଲେଖନୀୟ ସଫଳତା ହାସଲ କରୁଛି । ୨୦୧୯ ନିର୍ବାଚନ ତୁଳନାରେ ୨୦୨୪ରେ ପ୍ରଦର୍ଶନ ଆହୁରି ଭଲ ରହୁଛି । ପ୍ରଥମ ପର୍ଯ୍ୟାୟରେ ଦଳ ୯୦ ପ୍ରତିଶତରୁ ଅଧିକ ଆସନରେ ବାଜିମାତ କରୁଛି । ଏଥିପାଇଁ ଆମେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛୁ ।ଏହାହିଁ ଦର୍ଶାଉଛି ଯେ ଆଗାମୀ ସମସ୍ତ ପର୍ଯ୍ୟାୟରେ ବିଜୁଜନତା ଦଳ ଉଲ୍ଲେଖନୀୟ ସଫଳତା ପାଇବ ଓ ସାଢେ ୪ କୋଟି ଓଡିଶାବାସୀଙ୍କ ସେବାରେ ନିୟୋଜିତ ରହିବ ।
Sign in
Sign in
Recover your password.
A password will be e-mailed to you.