ଆଶା ଆଶଙ୍କାକୁ ନେଇ ସନ୍ଦେହ ଘେରରେ ମାହାଙ୍ଗାବାସୀ l
(ମାହାଙ୍ଗା-ଶାସକ ପ୍ରଶାସକ) : ମାହାଙ୍ଗା ରାଜନୀତିରେ ଘଡିକେ ଘୋଡା ଛୁଟୁଛି l ରୋଚକ ମୋଡ଼ରେ ଭିନ୍ନ ଭିନ୍ନ ଆଶା ଓ ଆଶଙ୍କାକୁ ନେଇ ସନ୍ଦେହ ଘେରରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବାସୀ l ସେହିଭଳି ଏକ କାରଣ ଅସ୍ପଷ୍ଟ , ସନ୍ଦେହଜନକ ଘଟଣା ଘଟିଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଜେଡି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ଙ୍କ କ୍ଷେତ୍ରରେ l ସୂଚନାଥାଉକି 13 ତାରିଖ ସୋମବାର ଦିନ ବିଜେଡି ପ୍ରାର୍ଥୀ ଶ୍ରୀ ଜେନା ଙ୍କ ନାମାଙ୍କନ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତି ହୋଇଥିଲା l କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପୁତ୍ର ବିଜେଡି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ହଜାର ହଜାର ସଂଖ୍ୟକ ବିଜେଡି ସମର୍ଥକ ମାନଙ୍କ ସହିତ ମାହାଙ୍ଗା ରୁ ପୂଜାର୍ଚନା କରିବା ପରେ କଟକ ଏସପି ଅଫିସ ନିକଟରୁ ବାଜା, ବାଣ, ବିରାଟ ରୋଷଣୀ ସହିତ ଏକ ବିଶାଳ ଶୋଭାଯାତ୍ରରେ ବାହାରି ଜିଲ୍ଲାପାଳ ଙ୍କ ଅଫିସରେ ନାମାଙ୍କନ ପାଇଁ ପହଂଚିଥିଲେ l ହେଲେ କଣ ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ଜେନା ନାମାଙ୍କନ ନଭରି ରିଟର୍ଣ୍ଣି ଅଫିସର ନିକଟରୁ ଫେରି ଆସିଥିଲେ ତାହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି l ବିଭିନ୍ନ ଚର୍ଚ୍ଚା ଭିତରେ କିଏ କହୁଛି ବିଜେଡି ବିଧାୟକ ପ୍ରାର୍ଥୀ ଟିକେଟ ବଦଳି ହୋଇପାରେ ତ କିଏ କହୁଛି ଅଙ୍କିତ ପ୍ରତାପ ଜେନା ଙ୍କ ବଦଳରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ମଙ୍ଗଳବାର ଦିନ ବିଜେଡି ଟିକେଟ ପାଇ ନାମାଙ୍କନ ଭରି ପାରନ୍ତି, ଏପରିକି ଆଉ କିଛି ରାଜନୀତିଜ୍ଞ ମାନଙ୍କ କହିବା ଅନୁଯାୟୀ ଯେହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ ବାଣ୍ଟିବା ଦାୟିତ୍ୱ ଭିକେ ପାଣ୍ଡିଆନ ଙ୍କ ଉପରେ ଛାଡି ଦେଇଛନ୍ତି ସେଠାରେ କୌଣସି ମୁହୂର୍ତରେ ବି କିଛି ବି ଘଟିପାରେ l ତେବେ ନାମାଙ୍କନ ଭରିବାର ଶେଷ ତାରିଖ ମଙ୍ଗଳବାର 14 ତାରିଖ ରହିଥିଲା ବେଳେ ମାହାଙ୍ଗା ବିଧାନସଭା କ୍ଷେତ୍ରରୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ କିଏ ନାମାଙ୍କନ ପତ୍ର ଦାଖଲ କରୁଛି ତାହାହିଁ ଦେଖିବାକୁ ବାକି ରହିଲା !