ଓଡଗାଁ,୧୩।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅଧିନସ୍ଥ ବାଣ୍ଠପୁର ପଂଚାୟତର ୫ ଖଣ୍ଡ ଗ୍ରାମବାସୀ ଦୁଇ ଦିନ ହେଲା ଅନ୍ଧାରରେ ଅଛନ୍ତି । ନିହଲପ୍ରସାଦ, ଗଡ଼ ଗାଁ, ପୋଡାସାହି, ଓସ୍ତିଆମାଳ ଓ ନାଣ୍ଡିଗିରି ଇତ୍ୟାଦି ଗାଁରେ ବିଦ୍ୟୁତ ସରବରାହ ବ୍ୟାହତ କାରଣରୁ ଗ୍ରାମବାସୀ ନାହିଁ ନଥିବା ଦୁର୍ଦଶାର ସମ୍ମୁଖୀନ ହେଉଛନ୍ତି । ଏନେଇ ସେମାନେ ବିଭାଗୀୟ ଯନ୍ତ୍ରୀଙ୍କୁ ଫୋନ ଦ୍ୱାରା ବାରମ୍ବାର ଅନୁରୋଧ କରିବା ସତ୍ୱେ ବିଦ୍ୟୁତ ଯୋଗାଣ ସ୍ବଭାବିକ ହୋଇପାରି ନାହିଁ । ହେଲେ ଜଣେ ବିଭାଗୀୟ ଅଧିକାରୀ ସୋମବାର ଅପରାହ୍ନ ୫ଟାରେ ବିଦ୍ୟୁତ ସେବା ସ୍ବଭାବିକ ହୋଇଥିବା ବେଳେ ଲୋକେ କିନ୍ତୁ ବିଦ୍ୟୁତ ସେବା ପାଇ ନଥିବା ଅଭିଯୋଗ କରିଛନ୍ତି । ସୂଚନା ଥାଉକି ବର୍ତ୍ତମାନ ସମୟରେ ଲଙ୍କାଆମ୍ବ ପାଚିଥିବା ବେଳେ ଦୁଇଦଳିଆ ହାତିପଲ୍ଲ ଫଳ ଖାଇବା ପାଇଁ ଗ୍ରାମ ନିକଟ ଲଙ୍କାଆମ୍ବ ପଡ଼ିଆକୁ ଦୈନଦିନ ଆସୁଥିବା ଗ୍ରାମବାସୀ ମାନେ କହିଛନ୍ତି ।