ଓଡଗାଁ,୧୩।୫( ଶ୍ରୀକାନ୍ତ କୁମାର ମିଶ୍ର): ସାମ୍ପ୍ରତିକ ସମୟରେ ନିର୍ବାଚନ ମାହଲ ଜାରିରହିଥିବା ବେଳେ ଓଡଗାଁ ଅଂଚଳରେ ଦେଶୀ ମଦର ବ୍ୟାପକ କାରବାର ବୃଦ୍ଧି ପାଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପର ହୋଇଥିଲା । ଏପରିସ୍ଥଳେ ରବିବାର ରାତିରେ ନୟାଗଡ଼ ଓ ଶରଣକୁଳ ପୋଲିସର ଏକ ସ୍ୱତନ୍ତ୍ର ଟିମ କୁରାଳ ଗ୍ରାମରେ ଚଢାଉ କରିବା ବେଳେ ସୁବୁଦ୍ଧି ସାହିର ସୁନୀଲ ସାହୁ ଓରଫ ମୁନାଙ୍କ ଘରୁ ୪୭ ଲିଟର ମଦ ଜବତ କରିଥିଲେ । ଏହାର ଆନୁମାନିକ ମୂଲ୍ୟ ୩୭ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି । ସେହିପରି ଗୋଲା ସାହିର ଶୁକଦେବ ସାହୁଙ୍କ ଘରୁ ପ୍ରାୟ ୪୭ ଲିଟର ମଦ ଜବତ ହୋଇଥିବା ବେଳେ ଏହାର ମୂଲ୍ୟ ୪୬ ହଜାର ୬୭୫ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହା ସହିତ ତାଙ୍କର ମଦ ଦୋକାନରୁ ୧୧ ହଜାର ନଗଦ ଟଙ୍କା ଜବତ ହୋଇଛି । ଅନ୍ୟପକ୍ଷେ ଚଢାଉ ସୂଚନା ପାଇ ସେହି ଗ୍ରାମରେ ବେଆଇନ ମଦ କାରବାର ଚଲାଇଥିବା ଏକାଧିକ ମଦ ଦୋକାନୀ ଫେରାର ହୋଇଯାଇଥିବା ଜଣାପଡିଛି । ଉକ୍ତ ଘଟଣାରେ ଉଭୟଙ୍କୁ ପୋଲିସ ଗିରଫ କରି ମାମଲା ରୁଜୁ କରିବା ସହିତ ସୋମବାର କୋର୍ଟ ଚାଲାଣ କରିଥିଲେ । ଚଢାଉ ସମୟରେ ଶରଣକୁଳ ଏସ୍ଡ଼ିପିଓ ସୁଧାକର ସାହୁଙ୍କ ନେତୃତ୍ୱରେ ଏକ ଟିମ ସାମିଲ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post