ଭୁବନେଶ୍ୱର୧୩/୦୫: ମହିଳାମାନଙ୍କୁ ବେକରୀ ଓ କନ୍ଫେକ୍ସନାରୀ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀର ପ୍ରଶିକ୍ଷଣ ଦେବା ନିମନ୍ତେ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ପକ୍ଷରୁ ଏକ ୬-ଦିନିଆ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ ବେକ୍୍’ ସୋମବାର ଆରମ୍ଭ ହୋଇଛି ।
ଗତବର୍ଷ ଖାଦ୍ୟ ରନ୍ଧନ ପ୍ରଣାଳୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ “ୱି କ୍ୟାନ୍ କୁକ୍” ଆୟୋଜିତ କରାଯାଇଥିବା ବେଳେ ଚଳିତ ବର୍ଷ ‘ୱି କ୍ୟାନ୍ ବେକ୍’ର ଆୟୋଜନ କରାଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଫ୍ରୁଟ୍ କେକ୍, ମିଲେଟ୍ କୁକିଜ୍, ଚକଲେଟ୍ ପେଷ୍ଟ୍ରି, ଡାନିସ୍ ପେଷ୍ଟ୍ରି, ଆସୋର୍ଟେଡ ପଫ୍, ପାଟିସ୍, ପାଇନାପଲ୍ ପେଷ୍ଟ୍ରି, ଚକୋ ଚିପ୍ସ କୁକିଜ୍, ଆସୋର୍ଟେଡ୍ ପିଜା, ବ୍ରେଡ୍ ଷ୍ଟିକ୍ସ, ରୋଲ୍ ଓ କ୍ରିମ୍ କାରାମେଲ୍ ପ୍ରଭୃତିର ପ୍ରସ୍ତୃତି ପ୍ରଣାଳୀ ଶିକ୍ଷା ଦିଆଯିବ ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରାୟ ୩୫ ଜଣ ମହିଳା ସାମିଲ ହୋଇଛନ୍ତି ।
ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ୍ ଆଫେୟାରସ୍) ପ୍ରଫେସର ରେଣୁ ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖାଦ୍ୟ ରନ୍ଧନ ଖୁବ୍ ଭଲ ଅନୁଭବ ଏବଂ ମା’ର ହାତ ରନ୍ଧାର ତୁଳନା ନାହିଁ ବୋଲି କହିଥିଲେ । ଘରର ମହିଳାଟି ଯେଉଁ ଶ୍ରଦ୍ଧାରେ ଖାଦ୍ୟ ରାନ୍ଧିକି ଦିଏ ତାହାର ସ୍ୱାଦ ଖୁବ୍ ନିଆରା ବୋଲି ସେ କହିଥିଲେ ।
ମହିଳାମାନେ କିଭଳି ରୁଚିକର ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିପାରିବେ ଓ ନିଜେ ସ୍ୱାବଲମ୍ବୀ ହୋଇପାରିବେ ତାହା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରଫେସର ଶର୍ମା କହିଥିଲେ ।
ଏହି ଅବସରରେ ଏସ୍ଏଚ୍ଏମ୍ର ଡିନ୍ ପ୍ରଫେସର ସୁଶାନ୍ତ ରଂଜନ ଚଇନି ସ୍ୱାଗତ ଭାଷଣ ଦେଇ ଏହି କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ତଥ୍ୟ ରଖିଥିବା ବେଳେ ସିନିୟର ପ୍ରଫେସର ସପନ୍ ସଢ଼ୁଆଳ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ମହିଳା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।
କାର୍ଯ୍ୟକ୍ରମ ଶେଷରେ ଆସିଷ୍ଟାଂଟ ପ୍ରଫେସର ପତିତପାବନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post