(ମାହାଙ୍ଗା -ଶାସକ ପ୍ରଶାସକ) ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପରୀପ୍ରେକ୍ଷୀରେ ମାହାଙ୍ଗା ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପୁତ୍ର ଅଙ୍କିତ ପ୍ରତାପ ଜେନା ଙ୍କ ନୋମିନେସନ ଦାଖଲ ରହିଥିବାରୁ ସମସ୍ତ ବିଜେଡି କର୍ମୀଙ୍କ ମହଲରେ ଉତ୍ସାହ ଦେଖାଦେଇଛି I ନିଶ୍ଚିନ୍ତକୋଇଲି ବ୍ଲକ ୨୭ ଗୋଟି ପଂଚାୟତ ଓ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୩୭ ଗୋଟି ପଂଚାୟତକୁ ନେଇ ମାହାଙ୍ଗା ନିର୍ବାଚନ ମଣ୍ଡଳୀର କର୍ମୀମାନେ ତାଙ୍କର ପ୍ରିୟ ନେତା ଅଙ୍କିତ ପ୍ରତାପ ଜେନାଙ୍କ ନାମାଙ୍କନ ପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି ବୋଲି ଜାଣିବାକୁ ମିଳିଛି । ଏନେଇ କର୍ମୀମାନେ ମାହାଙ୍ଗାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୂପାନ୍ତରୀତ କାର୍ଯ୍ୟ ଓ ବିଜେଡିର ବିଜୟଧାରାକୁ ବଜାୟୀ ରଖିବା ପାଇଁ ଆଶାବାଦୀ ଅଛନ୍ତି । ମାହାଙ୍ଗାରେ ବିଜେଡି ଦଳ ଅନ୍ୟଦଳ ଅପେକ୍ଷା ଆସନ୍ତାକାଲି 13 ତାରିଖ ସୋମବାର ଏକ ବିଶାଳ ରାଲିରେ ଯାଇ ଶ୍ରୀ ଜେନାଙ୍କର ନାମାଙ୍କନପତ୍ର ଦାଖଲ କରି ବିପୁଳ ଜନସମର୍ଥନ ଦେଖାଇଦେବେ ବୋଲି ଜଣାଯାଇଛି । ଅଙ୍କିତ ପ୍ରତାପ ଜେନାଙ୍କୁ ସମସ୍ତ ମାହାଙ୍ଗା ବାସୀ ଆର୍ଶିବାଦ କରିବେ ଓ ବହୁମାତ୍ରାରେ ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହେବା ପାଇଁ ବିଧାୟକ ପ୍ରାର୍ଥୀ ଶ୍ରୀ ଜେନା ନିବେଦନ କରିଛନ୍ତି । କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୯.୪୫ ରେ ମାହାଙ୍ଗା ଅଳିଯୋଡାରେ ଗ୍ରାମଦେବତୀଙ୍କ ଦର୍ଶନ ସହ ୧୦ ଘଟିକା ସମୟରେ ବଣୁଆ ମହାପୁରୁଷଙ୍କ ଦର୍ଶନ ଓ ଆର୍ଶିବାଦ ଗ୍ରହଣ କରି ୧୧.୧୫ ରେ ପଞ୍ଚମୁଖୀ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ଓ ୧୧.୪୫ରେ କଟକ ଏସ୍ପି ଅଫିସରେ ପହଞ୍ଚିଲାପରେ କଲେକ୍ଟର ଅଫିସ ଅଭିମୁଖେ ବିଶାଳ ଶୋଭାଯାତ୍ରାରେ ଯାଇ ନାମାଙ୍କନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବରିଷ୍ଠ କର୍ମୀ, ବିଜେଡି ଯୁବଛାତ୍ରଙ୍କ ସମେତ ବହୁ ଜନସାଧାରଣ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାର ଜଣାଯାଇଛି l
Sign in
Sign in
Recover your password.
A password will be e-mailed to you.
Prev Post