ଚକା ଫାଟି ଓଲଟିଲା କାର୍ ; ଦୁଇ ମୃତ ତିନି ଆହତ

4

ଭଞ୍ଜନଗର\ଉଦୟନାଥ ପଣ୍ଡା: ଭଞ୍ଜନଗର ଥାନା ଅଧୀନ ଫୁଲବାଣୀ ମୁଖ୍ୟ ରାସ୍ତାର ବୁଦୁଲି ଓ ମୁଜାଗଡ ମଧ୍ୟରେ ରବିବାର ୧୨ ତାରିଖ ୨୦୨୪ ଅପରାହ୍ନ ସମୟରେ ଏକ କାର୍ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।

ଏଥିସହ ଗାଡିରେ ଥିବା ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି। ମୃତକ ମାନେ ହେଲେ ବେଲଗୁଣ୍ଠା ଥାନା ଖଜୁରୀପଲ୍ଲୀ ଗ୍ରାମର ଜିତୁନ ବାଡତ୍ୟା(୨୨) ଓ ବେଲଗୁଣ୍ଠାର ମନୋଜ କୁମାର ପ୍ରଧାନ(୨୩)। ଏଥିସହ ବିଡିପୁର ଗ୍ରାମର ଦେବାଶିଷ ବିଷୋୟୀ ବେଲଗୁଣ୍ଠାର ସୁବାଷିସ୍ ପ୍ରଧାନ ଆହତ ହୋଇ ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ୪ ଜଣ ସାଙ୍ଗ ମିଶି ମୁଜାଗଡ ନିକଟ ନିଧିଆପଲ୍ଲୀ ଗ୍ରାମରେ ନାମଯଜ୍ଞ ଦେଖି ଫେରୁଥିଲେ। ଫେରିବା ବାଟରେ ବୁଦୁଲି ଓ ମୁଜାଗଡ ମଧ୍ୟରେ ରହିଥିବା ପୋଲ ଫେକ୍ଟ୍ରି ନିକଟରେ ଗାଡିର ଚକା ବାହାରି ପଡିବାରୁ ଗାଡିଟି ଭାରସାମ୍ୟ ହରାଇବା ଫଳରେ ଗଡାଣି ମାରି ଓଲଟି ପଡିଥିଲା। ସେହି ରାସ୍ତା ଦେଇ ଯାଉଥିବା ଲୋକ ମାନେ ଉଦ୍ଧାର କରିବା ସହ ମୁଜାଗଡ ନାକାରେ ଥିବା ପୁଲିସ୍ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେହି ରାସ୍ତା ଦେଇ ଆସୁଥିବା ଏକ ଗାଡିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ; ଜିତୁନ ଓ ମନୋଜକୁ ମୃତ ଘୋଷଣା କରିଥିଲେ। ଖବର ସଂଗ୍ରହ ସମୟରେ ଭଞ୍ଜନଗର ମେଡ଼ିକାଲ ରେ ଆହତ ବ୍ୟକ୍ତିଙ୍କ ସମ୍ପର୍କିୟ ଜଣକ ଭଞ୍ଜନଗର ଜଣେ ଜଣାଶୁଣା ଯୁବ ସାମ୍ବାଦିକ ରଞ୍ଜିତ ଜେନା କୁ ହାତ ଉଠାଇ ବାଡେଇଲେ,ରଞ୍ଜିତ ଜେନା ନିଯେ ସାମ୍ବାଦିକ ପରିଚୟ ଦେବା ସତ୍ବେ ମଧ୍ୟ ଆହତ ସମ୍ପର୍କୀୟ ବାଡେଇବା ସହ ଫୋଟୋ ଉଠାଇବା ପାଇଁ ବାରଣ କରିଥିଲେ ଓ ହତ୍ୟା ଧମକ ମଧ୍ୟ ଦେଇଥିଲେ। ରଞ୍ଜିତ ଏ ସଂକ୍ରାନ୍ତରେ କବି ସାମ୍ରାଟ ମିଡ଼ିଆ କ୍ଲବ କୁ ଜଣାଇବା ପରେ , ସଂଘ ର ଉପସଭାପତି ଓ ସଂପାଦକ ସହ ଅନ୍ୟ ସଭ୍ୟ ମାନେ ଭଞ୍ଜନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।ପୁଲିସ୍ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Leave A Reply

Your email address will not be published.