https://youtu.be/vtzGcY6nZB0
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର ଠାରୁ ଆଜି (ରବିବାର ଦିନ) ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଭିନ୍ନ ମତଦାନ କେନ୍ଦ୍ରକୁ ମତଦାନ କାର୍ଯ୍ୟରେ ନିୟୋଜିତ ହୋଇଥିବା ୨୭୬ ଟି ପୋଲିଂ ପାର୍ଟି ଗଲେ ସେମାନଙ୍କ ଗନ୍ତବ୍ୟ ସ୍ଥଳ ମତଦାନ କେନ୍ଦ୍ରକୁ।
ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅଧିନସ୍ଥ ଗଜପତି ଜିଲ୍ଲାର ମୋହନା ଓ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଆସନ୍ତା ୧୩ ତାରିଖ ଦିନ ସାଧାରଣ ନିର୍ବାଚନ ଅବସରରେ ମତଦାନ କାର୍ଯ୍ୟ ଅନୁଷ୍ଠିତ ହେବ।
ସେଥିପାଇଁ ଆଜି ସକାଳେ ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିଂ ପାର୍ଟି କୁ ସେମାନଙ୍କ ମତଦାନ କେନ୍ଦ୍ର ତଥା ଗନ୍ତବ୍ୟ ସ୍ଥଳକୁ ପଠାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରା ଯାଇଥିଲା।
ପୋଲିଂ ପାର୍ଟ ନିର୍ବାଚନର ମତଦାନ ସଂକ୍ରାନ୍ତୀୟ ସମସ୍ତ ମେଟେରିଆଲ ଓ ଭୋଟିଂ ମେସିନ ନେବାପରେ ସେଗୁଡିକୁ ଟିକିନିଖି ଯାଞ୍ଚ କରି ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ଭେହିକଲ ଯୋଗେ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇଛନ୍ତି।
ଏ ସମ୍ପର୍କରେ ଉପଜିଲ୍ଲାପାଳ ତଥା ରିଟର୍ଣିଂ ଅଫିସର ଶ୍ରୀ ଅନୁପ କୁମାର ପଣ୍ଡା କହିଛନ୍ତି ଯେ , ମେ ୧୩ ତାରିଖ ଦିନ ଯେଉଁ ନିର୍ବାଚନ ତଥା ମତଦାନ ଅନୁଷ୍ଠିତ ହେବ , ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ସକାଳ ୭ ଟା ଠାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ମତଦାନ କାର୍ଯ୍ୟ ଅନୁଷ୍ଠିତ ହେବ , ସେଥିପାଇଁ ନିର୍ବାଚନ ମଣ୍ଡଳୀରେ ରହିଥିବା ୨୭୬ ଟି ମତଦାନ କେନ୍ଦ୍ର ପାଇଁ ନିୟୋଜିତ ହୋଇଥିବା ୨୭୬ ଟି ପୋଲିଂ ପାର୍ଟି କୁ ଆଜି ପଠା ହେଉଛି।
ଏଥି ନିମନ୍ତେ ନିର୍ବାଚନ ତଥା ମତଦାନ ସଂକ୍ରାନ୍ତୀୟ ସମସ୍ତ ମେଟେରିଆଲ୍ସ , ଭୋଟିଂ ମେସିନ ଓ ଭେହିକଲ୍ ଟାଗିଂ ହେବା ପରେ ପ୍ରତି ମତଦାନ କେନ୍ଦ୍ରର ପ୍ରିଜାଇଡିଂ ଅଫିସର ତାଙ୍କ ଟିମକୁ ସାଙ୍ଗରେ ନେଇ ତାଙ୍କ ଗନ୍ତବ୍ୟ ସ୍ଥଳରେ ଆଜି ସନ୍ଧ୍ୟା ସୁଦ୍ଧା ପହଞ୍ଚିବା ବ୍ୟବସ୍ଥା କରାଯାଇଛି।
ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ମୋଟ ୫୭ ଟି ସଖୀ ମତଦାନ କେନ୍ଦ୍ର ହୋଇଛି। ସେଠାରେ ସମସ୍ତ ପୋଲିଂ ପରସନଲ ମହିଳା । ସେମାନଙ୍କ ପାଇଁ ମତଦାନ କେନ୍ଦ୍ରରେ ସମସ୍ତ ପ୍ରକାରର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମଧ୍ୟ ବିଭିନ୍ନ ବ୍ୟବସ୍ଥା ଯଥା:- ରାମ୍ପ , ହୁଇଲ ଚେୟାର ଏବଂ ସାହାଯ୍ୟ ପାଇଁ ଭଲ୍ୟୁଣ୍ଟର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ମତଦାନ କେନ୍ଦ୍ର ମାନଙ୍କରେ ପାନୀୟ ଜଳ , ଛାଇ ପାଇଁ ସେଡ , ଟଏଲେଟ୍ , ରାମ୍ପ୍ , ବିଦ୍ୟୁତ୍ , ସିସି ଟିଭି କ୍ୟାମେରା , ୱେବ କାଷ୍ଟିଂ ପ୍ରଭୃତିର ବ୍ୟବସ୍ଥା କରାଯାଇଛି ବୋଲି ରିଟର୍ଣିଂ ଅଫିସର ଶ୍ରୀ ଅନୁପ କୁମାର ପଣ୍ଡା କହିଛନ୍ତି। ସେହିଭଳି ଜଣେ ମହିଳା ପୋଲିଂ ପାର୍ଟି ର ପ୍ରିସାଇଡିଙ୍ଗ ଅଫିସର କହିଛନ୍ତି ଯେ , ପ୍ରଥମ କରି ଆମ ମହିଳା ମାନଙ୍କୁ ସାଧାରଣ ନିର୍ବାଚନ ରେ ଡ୍ୟୁଟି ପଡ଼ିଛି । ସେଥିପାଇଁ ଯେତେ ଖୁସି ଲାଗୁଛି , ସେତିକି ଭୟ ମଧ୍ୟ ଲାଗୁଛି । ହେଲେ ମଧ୍ୟ ଜିଲ ଅଛି , ସୁରୁଖୁରୁରେ ଏବଂ ସୁଚାରୁରୂପେ ଦାୟିତ୍ଵ ସମ୍ପନ୍ନ କରିବୁ ବୋଲି କହିଥିଲେ।