ଭୁବନେଶ୍ୱର : ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ଭୁବନେଶ୍ୱର ଶାଖା ଆନୁକୂଲ୍ୟରେ ହୋଟେଲ ମେଫେୟାର ଠାରେ ଏହାର କର୍ପୋରେଟ ମିଟର ପ୍ରଥମ ସଂସ୍କରଣ ଆୟୋଜିତ ହୋଇଯାଇଛି |
ଭୁବନେଶ୍ୱର ଶାଖା ତରଫରୁ ଅଧ୍ୟକ୍ଷା ସିଏ ଜାହ୍ନବୀ ଦେଓ ସ୍ୱାଗତ ଭାଷଣ ଦେବା ସହ ସମସ୍ତଙ୍କୁ ସମ୍ମାନିତ କରିଥିଲେ ଏବଂ ସେମାନଙ୍କର ICAI ପ୍ରତି ଅବଦାନକୁ ଭୁୟସୀ ପ୍ରଶଂସା କରିଥିଲେ l ଆଗାମୀ ଦିନମାନଙ୍କରେ ମଧ୍ୟ ସେମାନଙ୍କର ଅବଦାନ ଜାରି ରଖିବାକୁ ଅନୁରୋଧ କରିଥିଲେ l
ଏହି କାର୍ଯ୍ୟକ୍ରମରେ ନାଲକୋ ର ନିର୍ଦେଶକ(ବିତ୍ତ) ଶ୍ରୀ ରମେଶ ଚନ୍ଦ୍ର ଯୋଶୀ, ଶାଖାର ପୂର୍ବତନ ଚେୟାରମ୍ୟାନ, କର୍ପୋରେଟ ଜଗତର ସିଏଫଓ ତଥା ସିଇଓ ମାନେ ଯୋଗ ଦେଇଥିଲେ | ଏହି ସମାରୋହରେ ସିଏ ରାଜୀବ ଶେଖର ସାହୁ, ସିଏ ପ୍ରଶାନ୍ତ ପଣ୍ଡା,ଭୁବନେଶ୍ୱର ଶାଖାର ପୂର୍ବତନ ଅଧକ୍ଷ , ସିଏ ମହେନ୍ଦ୍ର କୁମାର ସାହୁ, ଭୁବନେଶ୍ୱର ଶାଖାର ଉପାଧ୍ୟକ୍ଷ, ସିଏ ଗୌତମ ଲେଙ୍କା, ସଚିବ ଏବଂ ସିଏ ପ୍ରଦୀପ କୁମାର ସାହୁ ,ପୂର୍ବତନ ଅଧ୍ୟକ୍ଷ ଉପସ୍ଥିତ ଥିଲେ |
ଏହି କାର୍ଯ୍ୟକ୍ରମ କୁ ଭୁବନେଶ୍ୱର ଶାଖାର ମ୍ୟାନେଜିଙ୍ଗ କମିଟି ସଦସ୍ୟ ସିଏ ରଂଜନ କୁମାର ପୃଷ୍ଟି, ସିଏ ଗଗନ ବିହାରୀ ଦାସଙ୍କ ଦ୍ୱାରା ଦ୍ୱାରା ସଂଯୋଜନା କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ କର୍ପୋରେଟ ଜଗତରୁ 100 ରୁ ଅଧିକ ସଦସ୍ୟ ଅଂଶଗ୍ରହଣ କରି ପ୍ରଥମ ସଂସ୍କରଣ କୁ ସଫଳ କରିଥିଲେ |
Sign in
Sign in
Recover your password.
A password will be e-mailed to you.
Next Post