ୟୁନାଇଟେଡ଼ କ୍ଳବ୍ ୯୯-ବଣିକ ଓଡ଼ିଶାର ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

4

୩୨ ୟୁନିଟ ରକ୍ତ ସଂଗ୍ରହ, ସୃଷ୍ଟି ହେଲେ ୧୧ ଜଣ ନୁଆ ରକ୍ତଦାତା ।

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ଗ୍ରୀଷ୍ମ ଋତୁରେ ବିଭିନ୍ନ ରକ୍ତ ଭଣ୍ଡାରରେ ହେଉଥିବା ରକ୍ତର ଅଭାବକୁ ପରିଲକ୍ଷିତ କରି ଆଜି ବେଲଗୁଣ୍ଠାର ୧୯୯୯ ଦଶମ ଶ୍ରେଣୀ ବ୍ୟାଚ୍ ତଥା ୟୁନାଇଟେଡ଼ କ୍ଳବ୍ ୯୯,ବଣିକ ସଂଘ ବେଲଗୁଣ୍ଠା ଓ ମିଳିତ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ବେଲଗୁଣ୍ଠା ବଣିକ ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଅଛି ।ଦୁଇ ଜଣ ମହିଳା,ଦୁଇ ଜଣ ବରିଷ୍ଠ ରକ୍ତଦାତା ,୧୧ ଜଣ ନୂତନ ରକ୍ତ ଦାତାଙ୍କ ସମେତ ୩୨ ଜଣ ରକ୍ତଦାନ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଥାନାଧିକାରୀ ବନବିହାରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ ଡ଼ାଃ ସତ୍ୟ ରଞ୍ଜନ ବିଶ୍ୱାଳ, ପତିତପାବନ ଅଗସ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ସ୍ୱେଚ୍ଛାକୃତ ରକ୍ତଦାନ କରିଥିବା ବ୍ୟକ୍ତି ମାନେ ହେଲେ ବଣିକ ସଂଘ ସଭାପତି ସନ୍ନତ ସୁବୁଦ୍ଧି,ବାଳକୃଷ୍ଣ ପାତ୍ର, ମଧୂସୁଦନ ଦାଶ, ପ୍ରହଲ୍ଲାଦ ସାହୁ, ସୋମନାଥ ସାହୁ, ଭାବଗ୍ରାହୀ ମହାରଣା, ସୁଶାନ୍ତ କୁମାର ସାହୁ, ଚିନ୍ମୟ ପତି, ନାରାୟଣ ପରିଡା,କେ.ତ୍ରିପତୀ ବାଲାଜୀ ପାତ୍ର, ନିବେଦିତା ପାତ୍ର,ପ୍ରତିମା ପାତ୍ର , ରଞ୍ଜିତ କୁମାର ନାୟକ, ସନ୍ତୋଷ କୁମାର ଜେନା, କୃଷ୍ଣ ସାହୁ, ଅରବିନ୍ଦ ପାତ୍ର,ଟି.ରାକେଶ ପାତ୍ର,ସିମାଞ୍ଚଳ ପତି,ଶିବାନନ୍ଦ ପାତ୍ର, ରବୀନ୍ଦ୍ର ଡାକୁଆ,ରାମକୃଷ୍ଣ ସୁବୁଦ୍ଧି, ନୀଳମାଧବ ପାତ୍ର, ଆଶୁତୋଷ ପାତ୍ର, ସୁନୀଲ କୁମାର ନାୟକ, ଜୟନ୍ତ ଡାକୁଆ,ସୁଭ୍ରମଣି ତ୍ରିପାଠୀ, ଆଦିତ୍ୟ ପ୍ରସାଦ ସାମନ୍ତରାୟ, ପ୍ରଦୀପ କୁମାର ସାହୁ, ଭକ୍ତବନ୍ଧୁ ପରିଡା,ସ୍ୱୟମ୍ ଚୌଧୁରୀ, ରାମଚନ୍ଦ୍ର ପାଣିଗ୍ରାହୀ ଓ କ୍ଳବ ୯୯ ସଭାପତି ନୀରଞ୍ଜନ ପତି ।ରକ୍ତଦାତାଙ୍କ ମଧ୍ୟରେ କେ.ତ୍ରୀପତି ବାଲାଜୀ ପାତ୍ର ଓ ସି.ଏଚ. ରାମକୃଷ୍ଣ ସୁବୁଦ୍ଧି ଯାହାଙ୍କ ବୟସ ୫୦ ବର୍ଷରୁ ଊର୍ଦ୍ଧ୍ବ ଏହି ଶିବିରରେ ରକ୍ତ ଦାନ କରି ଯୁବ ପିଢୀ ଙ୍କ ପାଇଁ ପ୍ରେରଣା ସାଜିଥିଲେ । ସେହିପରି ଗୋଟିଏ ପରିବାରର ୩ ଜଣ ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି ।
କାର୍ଯ୍ୟକ୍ରମକୁ କ୍ଳବ ୯୯ ପୁର୍ବତନ ସଭାପତି ଅଶ୍ୱିନୀ କୁମାର ମହାନ୍ତି ଓ ବଣିକ ସଂଘ ସଭାପତି ସନ୍ନତ କୁମାର ସୁବୁଦ୍ଧି ସଂଯୋଜନା କରିଥିବା ବେଳେ କ୍ଳବର ଉପ ସଭାପତି ସନ୍ତୋଷ କୁମାର ସାହୁ,ସହ-ସମ୍ପାଦକ ଅରବିନ୍ଦ ପାତ୍ର,କୋଷାଧ୍ୟକ୍ଷ ପୃଥିବୀ ରାଜ ରାଉତ,ରାଜୀବ ମହାପାତ୍ର,ପୁର୍ବତନ ସମ୍ପାଦକ ମଧୂସୁଦନ ଦାଶ, ଉପସଭାପତି କାଶୀନାଥ ସାହୁ,ବଣିକ ସଙ୍ଘ ସମ୍ପାଦକ ସୁଦାମ ତ୍ରୀପାଠୀ, ଗୁଣ୍ଡିଚା ବେହେରା, ଭି.ସନ୍ତୋଷ କୁମାର ପାତ୍ର, ବେଲଗୁଣ୍ଠା ପ୍ରେସ୍ କ୍ଳବ ସହ ସମ୍ପାଦକ ସରୋଜ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ସଭାପତି ଅମରେନ୍ଦ୍ର କୁମାର ପଟ୍ଟନାୟକ,ବୁଢାକେନ୍ଦୁ ଆଞ୍ଚଳିକ ଯୁବକ ସଂଘ ସଭାପତି ପଞ୍ଚାନନ ନାୟକ ଯୋଗ ଦେଇଥିଲେ । ଭଞ୍ଜନଗର ରକ୍ତ ଭଣ୍ଡାର କର୍ମଚାରୀ ଅନୀଲ ମାହାର,ସୀମାଞ୍ଚଳ ସେଠୀ,ହୀତାଂଶୁ ଶେଖର ପ୍ରଧାନ, ଆଲୋକ ପାଣିଗ୍ରାହୀ,ବିପିନ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.