“ମୋର କଣ ମନେ ଅଛି ନଅଛି ଓଡିଶାବାସୀ ଜାଣିଛନ୍ତି, ହେଲେ ଆପଣଙ୍କ ମନେ ଅଛି ତ “
ଭୁବନେଶ୍ୱର: ଓଡ଼ିଶାର ତିନୋଟି ଯାକ ନିର୍ବାଚନୀ ପ୍ରଚାର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜେଡି ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଆକ୍ରମଣ କରି ବ୍ୟକ୍ତିଗତ ଆକ୍ରମଣ କରିବା ପରେ ରାଜନୀତି ସରଗରମ ହୋଇଛି । ନିଜ ସ୍ଵଭାଵ ସୁଲଭ ଆଚରଣରେ ସାମାନ୍ୟ ପରିବର୍ତ୍ତନ କରି ପ୍ରଥମ ଥର ପାଇଁ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଜବାବ ଦେଇଛନ୍ତି | ଓଡ଼ିଶାର ଜିଲ୍ଲା କି ନିଜ ନିର୍ବାଚନ ମଣ୍ଡଳୀର ଗାଁ ନାଁ ମନେ ନଥିବ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ବିଦୃପାତ୍ମକ ମନ୍ତବ୍ୟ ଦେବା ପରେ ମୁଖ୍ୟମନ୍ତ୍ରୀ ଭିଡିଓ ଜାରି କରି କହିଛନ୍ତି ” ମୋର କଣ ମନେ ଅଛି ନଅଛି ଓଡିଶାବାସୀ ଜାଣିଛନ୍ତି | ମାନ୍ୟବର ପ୍ରଧାନମନ୍ତ୍ରୀ, ଆପଣ ଓଡ଼ିଶାକୁ କେତେ ମନେ ରଖିଛନ୍ତି? ଆପଣ ୨୦୧୪ ଓ ୨୦୧୯ ରେ ନିଜେ କରିଥିବା ପ୍ରତିଜ୍ଞାକୁ ମନେ ରଖିଛନ୍ତି କି? ଓଡ଼ିଶାର କୌଣସି ଜଣେ ହେଲେ ବରପୁତ୍ର ଭାରତ ରତ୍ନ ପାଇଁ କ’ଣ ଠିକ୍ ଲାଗିଲେନି?” ଏହା ସହିତ ସେ କହି ଦେଇଛନ୍ତି ଯେ ବିଜୁ ଜନତା ଦଳ ଷଷ୍ଠ ଥର ପାଇଁ ଓଡ଼ିଶାରେ ସରକାର ଗଢ଼ିବ | ମୁଖ୍ୟମନ୍ତ୍ରୀ ଆଉ ଯାହା କହିଛନ୍ତି ଶୁଣନ୍ତୁ ଏହି ଭିଡିଓ |