ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ୱରରେ ରୋଡ୍ ଶୋ

5

ଭୁବନେଶ୍ୱର : ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ଗସ୍ତରେ ଆସି ୧୦ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ରୋଡ୍ ଶୋ କରିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ଛକ ପର୍ଯ୍ୟନ୍ତ ଅଢ଼େଇ କିଲୋମିଟର ଏହି ରୋଡ୍ ଶୋ ଘଣ୍ଟାଏ କାଳ ଚାଲିଥିଲା । ପ୍ରଧାନମନ୍ତ୍ରୀଙ୍କ ଝଲକ ପାଇବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବେ ହଜାର ହଜାର ବିଜେପି କର୍ମୀ ଏବଂ ସାଧାରଣ ଜନତା ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।
Imageଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ସଂଧ୍ୟା ସାଢ଼େ ୮ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରୁ ତାଙ୍କର କାରକେଡ୍ ସିଧା ଆସିଥିଲା ରାମମନ୍ଦିର ଛକସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ । ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀମାନେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ । ସେଠାରୁ ତାଙ୍କ ଅପେକ୍ଷାରେ ଥିବା ଏକ ସୁସଜ୍ଜିତ ଗାଡ଼ିକୁ ଉଠିଥିଲେ ପ୍ରଧାନମନ୍ତ୍ରୀ । ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ସାଂସଦ ପ୍ରାର୍ଥୀ ଶ୍ରୀମତୀ ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀଙ୍କ ଦୁଇପଟେ ଛିଡ଼ା ହୋଇଥିଲେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋରେ ସାମିଲ ହୋଇଥିଲେ |
Imageବିଜେପି ଅଫିସଠାରୁ ବାଣୀବିହାର ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇପାଶ୍ୱର୍ରେ ଛିଡ଼ା ହୋଇଥିବା ହଜାର ହଜାର ବିଜେପି କର୍ମୀ ଏବଂ ସାଧାରଣ ଜନତାଙ୍କୁ ପ୍ରଧାନମନ୍ତ୍ରୀ ହାତରେ ଧରିଥିବା ପଦ୍ମଫୁଲ ଚିହ୍ନ ଦେଖାଇ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରୁ ବିଜେପି କର୍ମୀମାନେ ଦିନ ୨ଟାରୁ ଆସି ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ଅପେକ୍ଷା କରିଥିଲେ ।

Imageଭୁବନେଶ୍ୱର ରାସ୍ତାରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ବେଳେ ଆଗରେ ଚାଲିଥିଲେ ସମ୍ବଲପୁର ଶାଢ଼ୀ ପରିହିତା ବିଜେପିର ଶତାଧିକ ମହିଳା କର୍ମୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କର ୧୦ ବର୍ଷର ଶାସନର କୃତିତ୍ୱ ଏବଂ ଓଡ଼ିଶାର କଳା ଓ ସଂସ୍କୃତିର ଝଲକ ଦେଖାଇବା ପାଇଁ ୧୦ଟି ଜାଗାରେ ପ୍ରସ୍ତୁତ ହୋଇଥିଲା ମଞ୍ଚ ।

Imageଏହି ମଞ୍ଚରୁ ବିଭିନ୍ନ ସାଂସ୍କୃତିକ ଦଳ ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ । ପ୍ରାୟ ୧ ଘଣ୍ଟାର ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ରାତି ୯ଟା ୪୫ ମିନିଟ୍ ରେ ବାଣୀବିହାର ଛକରେ ଶେଷ ହୋଇଥିଲା । ରାଜଭବନରେ ରାତ୍ରୀଯାପନ ପରେ ୧୧ ତାରିଖ ସକାଳୁ ପ୍ରଧାନମନ୍ତ୍ରୀ ଫୁଲବାଣୀ, ବଲାଙ୍ଗୀର ଏବଂ ବରଗଡ଼ରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶ ସଂଧ୍ୟାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ |

Image

Leave A Reply

Your email address will not be published.