ଝାରବନ୍ଧ ବ୍ଳକ୍ ରେ ବିଧାୟିକା ବର୍ଷା ସିଂ ବରିହା ଙ୍କ ମାରାଥନ ପ୍ରଚାର l

5

ଝାରବନ୍ଧ /ମନୋହର ଦାଶ :- ଝାରବନ୍ଧ ବ୍ଳକ୍ ଅନ୍ତର୍ଗତ କୁମ୍ଭିର, ଚଣ୍ଡିଭଟା, ଅମଠି ଓ ଝାରବନ୍ଧ ପଞ୍ଚାୟତ ରେ ବିଧାୟକ ପ୍ରାର୍ଥୀନୀ ବର୍ଷା ସିଂ ବରିହା ମାରାଥନ ପ୍ରଚାର କରିଛନ୍ତି l ବିଗତ ଦିନ ରେ ହୋଇଥିବା ଉନ୍ନୟନମୂଳକ କାମ ଗୁଡିକର ହିସାବ ଦେବା ସହିତ ଆଗାମୀ ସାଧାରଣ ନିର୍ବାଚନ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଧାନସଭା ପାଇଁ ତାଙ୍କୁ ଓ ଲୋକସଭା ପାଇଁ ପରିଣିତା ମିଶ୍ର ଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ l ଏହି ପ୍ରଚାର ରେ ବିଜେଡି ବ୍ଳକ୍ ସଭାପତି ଯତୀନ୍ଦ୍ର ହାତୀ, ବରିଷ୍ଠ ନେତା ନନ୍ଦଲାଲ ମହାପାତ୍ର, ଜବାହରଲାଲ ସିଂ ବରିହା, ବିଦ୍ୟୁତ ରଞ୍ଜନ ପଧାନ, ମାନଭଞ୍ଜନ ବେହେରା, ଜିଲ୍ଲା ପରିଷଦ ସଭ୍ଯ ସୁଶୀଲ ମରେଇ ଯୋଗ ଦେଇଥିଲେ l ସେହିପରି ତୁର୍ଲା ଗ୍ରାମରେ ବିଜେଡି ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ବିଧାୟିକା ବର୍ଷା ସିଂ ବରିହା ଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଝାରବନ୍ଧ ବ୍ଳକ୍ ତୁର୍ଲା ଗ୍ରାମର ଗୁଲ୍ଲୁ ଅଗ୍ରୱାଲ ଙ୍କ ସମେତ ୧୪ ଜଣ ବିଜେପି ମହିଳା କର୍ମୀ ଅନ୍ନପୂର୍ଣ୍ଣା ସାହୁ, ବାସନ୍ତୀ ମେହେର, ବନିତା ସାହୁ, ଉଷା ମେହେର, ସୀତା ପ୍ରଧାନ , ଜୟନ୍ତୀ ମିର୍ଦ୍ଧା, ପ୍ରତିମା ମିର୍ଦ୍ଧା, ରୁକ୍ମିଣୀ ମେହେର, ଗୀତାଞ୍ଜଲି ମେହେର, ଶାନ୍ତି ସାହୁ, ସାବିତ୍ରୀ ରଣା, ବବିତା ଅଗ୍ରୱାଲ, ରୁନୁ ସାହୁ, ସେବତୀ ପଧାନ ବିଜେଡି ରେ ସାମିଲ ହୋଇଛନ୍ତି l ସମସ୍ତଙ୍କୁ ଦଳ ତରଫରୁ ଉପଢୌକନ ଦେଇ ସ୍ଵାଗତ କରାଯାଇଥିଲା l

Leave A Reply

Your email address will not be published.