ହାତୀଦାନ୍ତ ଚୋରା ମାମଲାରେ ଦୁଇ ଜଣ ଦୋଷୀ ସାବ୍ୟସ୍ତ ,ତିନି ବର୍ଷ କାରାଦଣ୍ଡ

5

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ରେ ଆଜି ହାତୀଦାନ୍ତ ଚୋରା କାରବାର ମାମଲାର ବିଚାରଣା କରି ପଦ୍ମପୁର ଜେଏମଏଫସି କୋର୍ଟ ଦୁଇ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାନ୍ୟବର ବିଚାରପତି ଶୁଭଙ୍କର ମହାନ୍ତି ସମସ୍ତ ସାକ୍ଷ ଦସ୍ତାବିଜ ଯାଞ୍ଚ କରିବା ପରେ ଚୂଡାନ୍ତରେ ପ୍ରକାଶ କରି ଅଭିଯୁକ୍ତ ଯାକବ ମାଝି ଓ ପଦ୍ମନ କାଦ୍ରକାଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରି ଏବଂ ୧୦ ହଜାର ଟଙ୍କା ଜରିମାନା କରିଥିବା ନେଇ ସରକାରୀ ଓକିଲ ବିଶ୍ଵନାଥ ସାହୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଗତ ୨୦୨୨ ମସିହା ମେ ୨୩ରେ ପଦ୍ମପୁର ବ୍ଲକ ଅନ୍ତର୍ଗତ କେନ୍ଦୁଗୁଡା ହସ୍ତୀନାପୁର ଜଙ୍ଗଲରେ ଦୁଇ ଜଣ ଯୁବକ ଯାକବ ମାଝି ଓ ପଦ୍ମନ କାଦ୍ରକା ୬ କିଲୋ ୨୦୦ ଗ୍ରାମ ଓଜନର ଦୁଇଟି ହାତୀଦାନ୍ତ କ୍ରୟ ବିକ୍ରୟ କରିବା ସମୟରେ ଗୁଡ଼ାରୀ ଜଙ୍ଗଲ ବିଭାଗ ଅଧିକାରୀଙ୍କ ଦ୍ଵାରା ଧରା ପଡିଥିଲେ। ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇ ଆଜି ମାମଲାର ଫଇସଲା ହୋଇଥିଲା। ଅନ୍ୟପଟେ ଦୋଷୀ ଦୁଇ ଜଣଙ୍କୁ ମାନ୍ୟବର ଅଦାଲତ ଜାମିନ ମଞ୍ଜୁର କରିଥିବା ପ୍ରତିପକ୍ଷ ଓକିଲ ଗଣେଶ ସାହୁ କହିଛନ୍ତି।

 

Leave A Reply

Your email address will not be published.