ରାଉରକେଲା ରେ ୧୦ ତାରିଖ ସନ୍ଧ୍ୟାରେ ପାଣ୍ଡିଆନଙ୍କ ରୋଡ ଶୋ

4
FILE PHOTO

ରାଉରକେଲା ,(ବସନ୍ତ କୁମାର ଜେନା): ଆସନ୍ତା କାଲି ୧୦ ତାରିଖ ସନ୍ଧ୍ୟାରେ ୫ଟି ଅଧ୍ଯକ୍ଷ ତଥା ବିଜେଡି ନେତା ଭି କେ ପାଣ୍ଡିଆନ୍ ରାଉରକେଲା ନିର୍ବାଚନ ମଣ୍ଡଳୀ ପାଇଁ ରୋଡ ଶୋ କରିବେ ବୋଲି ରାଉରକେଲା ବିଜୁ ଜନତା ଦଳ ପକ୍ଷରୁ ସୂଚୀ ଜାରି କରାଯାଇଛି। ଶ୍ରୀ ପାଣ୍ଡିଆନ୍ ରାଉରକେଲା ବିଜେଡି ପ୍ରାର୍ଥୀ ତଥା ଶ୍ରମ ଓ ଇଏସ୍ଆଇ ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ପାଇଁ ନିର୍ବାଚନୀ ପ୍ରଚାରରେ ଆସି ଏହି ରୋଡ ଶୋ କରିବେ ବୋଲି ବିଜେଡି ପକ୍ଷରୁ ପ୍ରକାଶ କରାଯାଇଛି। ସନ୍ଧ୍ୟା ୬ଟା ୩୦ ମିନିଟ୍ ସମୟରେ ଶ୍ରୀ ପାଣ୍ଡିଆନଙ୍କ ରୋଡ ଶୋ ବିର୍ସା ଛକଠାରୁ ଆରମ୍ଭ ହେବା ସହିତ ମଧୁସୂଦନ ଛକ ଦେଇ ଓଲଡ୍ ଟେକ୍ସି ଷ୍ଟାଣ୍ଡ, ଡେଲି ମାର୍କେଟ ଜନତା ନିବାସ ଗଳି, ପାଓ୍ବାର ହାଉସ୍ ରୋଡର ମଙ୍ଗଳ ଭବନ, ଉଦିତନଗରର ଆମ୍ବେଦକର ଛକ ଦେଇ ବାସନ୍ତୀ କଲୋନୀରେ ପହଞ୍ଚିବା ପରେ ରିଙ୍ଗ୍ ରୋଡର ଡିଏଭି ଛକ ଏବଂ ଜେଲ ରୋଡର ଲେବର ଟେନାମେଣ୍ଟରେ ପହଞ୍ଚିବା ପରେ ଆଇଟିଆଇ ଓଭର ବ୍ରିଜ୍ ଦେଇ ପାନପୋଷ ଗାନ୍ଧୀ ଛକରେ ପହଞ୍ଚିବା ପରେ ରାତ୍ର ୯ଟା ୩୦ ମିନିଟ୍ ସମୟରେ ଶ୍ରୀ ପାଣ୍ଡିଆନଙ୍କ ଏହି ରୋଡ ଶୋ କାର୍ଯ୍ଯକ୍ରମ ଶେଷ ହେବ ବୋଲି ପ୍ରୋଗ୍ରାମ୍ କୋ-ଅଡିନେଟର ସୁରେଶ ଚନ୍ଦ୍ର ମାଝୀଙ୍କ ପକ୍ଷରୁ ପ୍ରକାଶ କରାଯାଇଛି।

Leave A Reply

Your email address will not be published.