ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ

4

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି।
ଉକ୍ତ ଦିବସରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ ଓ ଶ୍ରୀ ରାଜେନ୍ଦ୍ର ମିଞ୍ଜ ଓ ଉପ-ଜିଲ୍ଲାପଳ ଶ୍ରୀଯୁକ୍ତ ଅନୁପ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ , ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ବିଶ୍ୱ ରେଡକ୍ରସ୍ ଦିବସ ଉପରେ ଆଲୋଚନା କରିଥିଲେ।
ଆଜି ଆମେ ସମସ୍ତେ ଏକତ୍ରିତ ଜେନ୍ ହେନରୀ ଡୁନଣ୍ଟଙ୍କ ପାଇଁ ସେ କେତେ ଯେ ମହାନ , କଳ୍ପନା କରିହେବନାହିଁ।ମାନବିକତା ଜୀବନ ଉପରେ ଚିନ୍ତା କରୁଥିଲେ , ଲୋକଙ୍କ ସାହାଯ୍ୟ ଓ ସହଯୋଗ ସମଗ୍ର ବିଶ୍ୱରେ ସବୁ ପ୍ରକାର ଲୋକଙ୍କୁ ଜଡିତ ହୋଇ ରହୁଥିଲେ। ବିଶ୍ୱ ଶାନ୍ତି ପାଇଁ ରେଡକ୍ରସ କାମ କରି ଆସୁଛି ବୋଲି ସମସ୍ତ ଅତିଥି ମାନେ କହିଥିଲେ।
ଜିଲ୍ଲାପାଳ କହିଥିଲେ ଯେ ପୃଥିବୀର କୋଣ ଅଣୁକୋଣରେ ରେଡକ୍ରସ କାମ କରୁଛି ଏବଂ ଜଣେ ଜଣକୁ ପ୍ରତି ଆଦର ଓ ସାହାଯ୍ୟ କରିବାର ମନବୃତ୍ତି ରହିବା ଉଚିତ୍। ଅସୁବିଧା ଲୋକମାନଙ୍କୁ ଆମେ ସାହାଯ୍ୟ କରିବା ଉଚିତ୍ , ସମସ୍ତେ ଏକତା ହୋଇ କାମ କଲେ ଆମେ ବହୁତ ଲୋକଙ୍କୁ ସାହାଯ୍ୟ କରିବା ସହ ବହୁତ ଜଣଙ୍କ ଜୀବନ ବଞ୍ଚେଇ ପାରିବା ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଅଶୋକ କୁମାର ପଟ୍ଟନାୟକ , ଆରଏମସି ସେକ୍ରେଟାରୀ ଶ୍ରୀ ରବତ ମୋହନ ରାଉତ , ସାମ୍ବାଦିକ ଶ୍ରୀ ଦିଲ୍ଲୀପ କୁମାର ଶତପଥି ସମେତ ସମସ୍ତ ଲାଇଫ ମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଜଗନ୍ନାଥ ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.