ବିଜେପି ର ମିଶ୍ରଣ ପର୍ବ ରେ ସାମିଲ କଂଗ୍ରେସ, ବିଜେଡି ଓ ସିପିଆଇ।

4

ଖଲ୍ଲିକୋଟ ରୁ ଶିବରାମ ଜେନା , ଶାସକ ପ୍ରଶାସକ:  ଖଲ୍ଲିକୋଟ ର ରାଜନୈତିକ କ୍ଷେତ୍ରରେ ଲାଗିଛି ଲଢେଇ। ଯିଏ ଯାହାର ପତିଆରାକୁ କ୍ଷୁର୍ଣ୍ଣ ରଖିବା ପାଇଁଁ ପ୍ରୟାସ ଜାରି ରଖିଛନ୍ତି। ଏକ୍ଷେତ୍ରରେ ଦେଖିବାକୁ ମିଳିଛି ବିଜେପି ର ବିଭିନ୍ନ ପଞ୍ଚାୟତ ରେ ମିଶ୍ରଣ ପର୍ବ। ଗତକାଲି ଵୂଧଵାର ତା ୮-୫- ୨୦୨୪ ରେ ଭିକାପଡା, ଖୋଜାପଲ୍ଲୀ, ପଥରା ପଞ୍ଚାୟତ ର ଫୁଲିଲା ଆଲପୁର ରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି। ଭିକାପଡା ମିଶ୍ରଣ ପର୍ବ ରେ
କାଳୁଚରଣ ପ୍ରଧାନ ,ଅଘରି ପ୍ରଧାନ, ପୂର୍ବତନ ସରପଞ୍ଚ ସନ୍ତୋଷ କୁମାର ପ୍ରଧାନ , ସମିତି ସଭ୍ୟ ମୂରଲୀଧର ସାହୁ ଙ୍କସମେତ ବହୁ ବିଜେଡି ଦଳର ନେତା ଓ କର୍ମୀ ମାନେ ବିଜେପି ରେ ଯୋଗଦାନ କରିଥିବା ସୂଚନା ମିଳିଛି। ଖବର ନେବାରୁ ଜଣାପଡିଛି ଯେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ଵ ବିଜେଡି ଦଳର ନେତା ଓ କର୍ମୀ ମାନେ ବିଜେପି ର ମିଶ୍ରଣ ପର୍ବ ରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବ ରେ ମଞ୍ଚାସିନ ଥିଲେ, ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଶ୍ରୀ ଜଗନ୍ନାଥ ଭୂୟାଁ, ବାନାମ୍ବର ସ୍ବାଇଁ, ସଞ୍ଜୟ ଜେନା, ଶକଳେଶ୍ଵର ଦାସ, ମନୋଜ କୁମାର ପ୍ରଧାନ, ସୁବଳ ସାହୁ, ଦିଲୀପ କୁମାର ରାଉତ, ନିରଞ୍ଜନ ନାୟକ, ରମେଶ ପରିଡ଼ା, ରାମଚନ୍ଦ୍ର ପ୍ରଧାନ, ଯୋଗୀନ୍ଦ୍ର ଦାସ , ଏବଂ ଅନ୍ୟାନ୍ୟ ବିଜେପି ନେତା ମାନେ ସମବେତ ହୋଇ ଥିଲେ। ଏଠାରୁ ବିଜେପି ନେତା ଓ କର୍ମୀ ମାନେ ଖୋଜାପଲ୍ଲୀ ମିଶ୍ରଣ ପର୍ବ ରେ ଯୋଗଦାନ କରିଥିବା ଜଣାପଡିଛି।
ସେଠାରେ ସିପିଆଇ ର ନେତା ତଥା ପୂର୍ବତନ ସମିତି ସଭ୍ୟ ର‌ଵିନ୍ଦ୍ର ସ୍ବାଇଁ ଙ୍କ ନେତୃତ୍ୱରେ ଏକହଜାର ରୁ ଉର୍ଦ୍ଧ୍ୱ ବିଜେଡି ଓ ସିପିଆଇ, ଦଳଛାଡି ପଦ୍ମ ଫୁଲ କୁ ଆପଣେଇ ନେଇଛନ୍ତି ବୋଲି ଜନଶ୍ରୁତି ରୁ ଜଣାପଡିଥିଲା ବେଳେ
ପଥରା ପଞ୍ଚାୟତ ର ଉଫୁଲିଆ ଆଲପୁର ରେ ପ୍ରାୟ ୧୫୦୦ ବିଜେଡି ଦଳର ନେତା ଓ କର୍ମୀ ମାନେ ବିଜେପି ର ମିଶ୍ରଣ ପର୍ବ ରେ ଯୋଗଦାନ କରିବା ଫଳରେ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।
ଏକ୍ଷେତ୍ରରେ ଶ୍ରୀ ସକଳେଶ୍ଵର ଦାସ ଙ୍କ ଭୂମିକା ଅତୁଳନୀୟ ଥିବା ଜଣାଯାଏ। ଆଜିର ଏ ମିଶ୍ରଣ ପର୍ବ ରେ ଯୋଗଦାନ କରିଥିବା ନବାଗତ କର୍ମୀ ମାନଙ୍କୁ ଦଳ ର ଟୋପିଓ ଉତ୍ତରୀୟ ମାଳ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା। ଏଠାରୁ ବିଜେପି ନେତା ଓ କର୍ମୀ ମାନେ ରାତି ସାଢ଼େ ଦଶଟା ବେଳେ ସାନଘାଟିସ୍ଥ ଡାଳଖାଇ ଠାକୁରାଣୀ ମନ୍ଦିର କୁ ମିଶ୍ରଣ ପର୍ବ ରେ ଯୋଗଦାନ କରିବା ପରିଲକ୍ଷିତ ହୋଇଥିଲା।

Leave A Reply

Your email address will not be published.