(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡୀଳ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ ଫଗୋଳ ପଞ୍ଚାୟତ ପାଇକରାପୁର ଠାରେ ବିଜୁ ଜନତା ଦଳର ଏକ ପଞ୍ଚାୟତ ସ୍ତରୀୟ କର୍ମୀ ବୈଠକ ଅନୁଷ୍ଠିତ ହୋଇଛି l ଯୁବନେତା ହିମାଂଶୁ ଶେଖର ପୃଷ୍ଟିଙ୍କ ପୌରହିତ୍ୟରେ ଏଥିରେ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ବିଜେଡ଼ି ସରକାରଙ୍କର ବିକାଶଶୀଳ ରାଜ୍ୟ ଗଠନ ଏବଂ ଲୋକମାନଙ୍କ ପାଇଁ ପ୍ରଣୟନ କରିଥିବା ବହୁ ଜନହିତକର ଯୋଜନା ସଂକ୍ରାନ୍ତରେ ଆଲୋକପାତ କରିଥିଲେ । ଚଳିତ ନିର୍ବାଚନରେ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ଯୋଡ଼ି ଶଙ୍ଖରେ ସୁଇଚ୍ ଟିପି ବିପୁଳ ସଂଖ୍ୟାରେ ଜୟଯୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ । ଏହି ବୈଠକରେ ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ପଞ୍ଚାୟତ ବିଜେଡ଼ି ସଭାପତି ସୁରେନ୍ଦ୍ରନାଥ ନିହାଣ, ଅଧ୍ୟକ୍ଷାଙ୍କ ପ୍ରତିନିଧି ମନୋଜ ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ଜିଲ୍ଲାପରିଷଦ ସଭ୍ୟ ବିପ୍ଳବ କାପ, ସମିତିସଭ୍ୟ ନୃସିଂହଚରଣ ମିଶ୍ର, ସରପଞ୍ଚ ବୈଷ୍ଣବ ସାମଲ, ନାଏବ ସରପଞ୍ଚ ସେକ୍ ତସ୍ମିନ୍, ବ୍ଲକ ସଂଖ୍ୟାଲଘୁ କମିଟିର ସଭାପତି ସେକ୍ ଅବଦୁଲ ନିସାର, ପ୍ରାକ୍ତନ ନାଏବ ସରପଞ୍ଚ ଘନଶ୍ୟାମ ଓଝା ପ୍ରମୁଖ ଯୋଗ ଦେଇ ବିଜୁ ଜନତା ଦଳ ସପକ୍ଷରେ ଭୋଟ ହାତେଇବା ପାଇଁ କର୍ମୀମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post