ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଦୁଇଦିନ ଧରି ଦେଶାଇ ଫାଉଣ୍ଡେସନ ସହାୟତା ରେ ସିସିଡି ଅନୁଷ୍ଠାନ ପକ୍ଷରୁ ରାୟଗଡ଼ ବ୍ଲକର , ଆଲଝୋଲ ଗ୍ରାମରେ ଶିଶୁ ମାନଙ୍କୁ ନେଇ ଏକ “ଗ୍ରୀଷ୍ମ କାଳୀନ ଶିବିର” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଦେଶାଇ ଫାଉଣ୍ଡେସନର ପ୍ରୋଗାମ ସଂଯୋଜକ ଶ୍ରୀ ବିଜୟ ପ୍ରଧାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ମୁଖ୍ୟତଃ ଖରା ତଥା ଗ୍ରୀଷ୍ମ ଛୁଟିରେ ଗ୍ରାମରେ ଥିବା ୫ ବର୍ଷରୁ -୧୬ ବର୍ଷ ବୟସର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ”ଗ୍ରୀଷ୍ମ କାଳୀନ ଶିବିର” ଅନୁଷ୍ଠିତ କରି ବାଲ୍ୟ ବିବାହର କୁପରିମାଣ , ପରିବେଶ ସନ୍ତୁଳନ , ସ୍ୱାସ୍ଥ୍ୟ ପରିଷ୍କାର ଓ ପରିଛନ୍ନତା ଉପରେ ଉପାଦେୟ ଶିକ୍ଷା ଦେଇ ଶିଶୁମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଉତ୍ସାହ କରିବା ଏବଂ ସେମାନଙ୍କୁ ଆତ୍ମବିଶ୍ଵାସ ବଢ଼ାଇବା ପାଇଁ ବିଭିନ୍ନ ପ୍ରତିଯୋଗିତାର ସଫଳ ଆୟୋଜନ କରାଯାଇଥିଲା।
ସେହି ପ୍ରତିଯୋଗିତା ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଚିତ୍ରାଙ୍କନ , ବକୃତା , ଗୀତା , ସଙ୍ଗୀତ , ବର୍ଜ୍ୟ ପ୍ଲାଷ୍ଟିକ ବସ୍ତୁରେ ବିଭିନ୍ନ ଆକର୍ଷଣୀୟ ବସ୍ତୁ ତିଆରି କରିବା , ମାଟିର ବିଭିନ୍ନ ପାତ୍ର କରିବା ଓ ବିଭିନ୍ନ ମନୋରଞ୍ଜନ ସମ୍ପନ୍ନ ଖେଳ ଇତ୍ୟାଦି କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ୬୦ ଜଣ ଶିଶୁ ଭାଗ ନେଇଥିଲେ ଓ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସ୍ଵାନ୍ତନ ମୂଳକ ମାନପତ୍ର ସହ ପୁରସ୍କାର ଦିଆ ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଭାଗନେଇ ଶିଶୁମାନେ ଦେଶାଇ ଫାଉଣ୍ଡେସନ ଓ ସିସିଡି ଅନୁଷ୍ଠାନକୁ ସାଧୁବାଦ ଜଣାଇବା ସହ ଦେଶାଇ ଫାଉଣ୍ଡେସନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆଗକୁ ଅଧିକ କରିବା ପାଇଁ ଜଣାଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ଦେଶାଇ ଫାଉଣ୍ଡସନର କର୍ମଚାରୀ ମାନେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post