ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୯/୦୫/୨୪ ଆଗାମି ସାଧାରଣ ନିର୍ବାଚନ କୁ ଅବାଧ ଓ ନିରପେକ୍ଷ କରିବାକୁ ପ୍ରଶାସନ ଓ ଅବକାରୀ ବିଭାଗ ତରଫରୁ ଗାଁ ଗହଳି ରେ ବେଆଇନ ମଦ କାରବାର କରୁଥିବା ଲୋକଙ୍କ ଉପରେ ବାରମ୍ବାର ଚଢାଉ କରାଯାଉଛି। ନିର୍ବାଚନ ଆଚରଣ ସଂହିତା ଲାଗୁପରେ ବିଭିନ୍ନ ସ୍ଥାନରେ ଧର ପଗଡ ଜାରି ରହିଛି। ଆଜି ଜିଲ୍ଲାପାଳ ଡକ୍ଟର କୋମଳ ଲୋଚନ ମିଶ୍ର ଓ ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ତଥା ଅବକାରୀ ନିରିକ୍ଷିକା ରଞ୍ଜୁଲତା ବାରିକ ଙ୍କ ତତ୍ତ୍ଵାବଧାନରେ ଆଜି ଡାବୁଗାଁ ଅବକାରୀ ଥାନା ଅଂଚଳ ରେ ଅବକାରୀ କର୍ମଚାରୀ ପେଟ୍ରଲିଂ କରିଥିଲେ।ଆଜି ଦିନ ପ୍ରାୟ ୧୨ ଘଣ୍ଟ ସମୟରେ ଡାବୁଗାଁ ଅବକାରୀ ଥାନା ଅନ୍ତର୍ଗତ ପଖନାଗୁଡ଼ା ଗ୍ରାମ ର କୃଷ୍ଣଚନ୍ଦ୍ର ମହାନ୍ତି( ୪୬) ବେଆଇନ ଭାବେ ବିକ୍ରି ଉଦ୍ଦେଶ୍ୟ ରେ ନିଜ ଘର ମଧ୍ୟରେ ୮ କ୍ୟୁଣ୍ଟାଲ ମହୁଲ ରଖିଥିଲା। କୌଣସି ସୂତ୍ରରୁ ଅବକାରୀ କର୍ମଚାରୀ ଖବର ପାଇବା ପରେ କୃଷ୍ଣଚନ୍ଦ୍ର ମହାନ୍ତି ଙ୍କ ଘରେ ଚଢ଼ାଉ କରିଥିଲେ। ବିକ୍ରି ଉଦ୍ଦେଶ୍ୟରେ ମହୁଲ ରଖିବା ଜଣା ପଡିବା ପରେ ଅବକାରୀ କର୍ମଚାରୀ ମାନେ ବେଆଇନ ଭାବେ ରଖିଥିବା ମହୁଲ ଜବତ କରିବା ସହ କୃଷ୍ଣଚନ୍ଦ୍ର ମହାନ୍ତି ଙ୍କୁ ଗିରଫ କରିଥିଲେ।ଏ ନେଇ ଅବକାରୀ କେସ ନ ୩୦/୨୪/୨୫ ରେ ମାମଲା ରୁଜୁ କରାଯାଇଥିଲା। ଏହି ଚଢାଉ ରେ ଡାବୁଗାଁ ଅବକାରୀ ଉପ ନୀରିକ୍ଷକ ବୁଲୁ ପାତ୍ର, ସହ ଉପ ନୀରିକ୍ଷକ ଏସ କେ ପଣ୍ଡା ,ଅବକାରୀ କର୍ମଚାରୀ ସୁରେଖା ଭତରା, ନାରାୟଣ ମୁଦୁଲି ଓ ଶ୍ରୀକାନ୍ତ ବିଶୋଇ ପ୍ରମୁଖ ସାମିଲ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post