ବିଜେଡି ର ନିର୍ବାଚନ ପ୍ରଚାର ରେ ପାଣ୍ଡିଆନ : କହିଲେ ଚକ୍ରାନ୍ତକାରୀ ଙ୍କ ଯୋଗୁଁ ଅଟକିଲା ପଦ୍ମପୁର ଜିଲ୍ଳା

4

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ବିଜେଡ଼ି ଦଳର ଷ୍ଟାର ପ୍ରଚାରକ ତଥା ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ବରଗଡ ଜିଲ୍ଲାର ପଦ୍ମପୁର ନିର୍ବାଚନ ମଣ୍ଡଳୀ ପଦ୍ମପୁର ଅଶୋକ ପଡିଆରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇଛନ୍ତି। ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନବୀନ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। କାହାରି ନାଁ ନ ନେଇ ହାଇକୋର୍ଟରେ କେଶ କରିକି ପଦ୍ମପୁର ଜିଲ୍ଲା ବନ୍ଦ କରିବା ପଛରେ ବିଜେପି ର ଜଣେ ପ୍ରାର୍ଥୀ ଙ୍କ ହାତ ଅଛି ବୋଲି କହିଥିଲେ ଓ ପଦ୍ମପୁର ଜିଲ୍ଲା ହେବ, ହାଇକୋର୍ଟ, ସୁପ୍ରିମକୋର୍ଟ ସବୁ ଜାଗାରେ ନବୀନ ବାବୁ ଲଢ଼ିବେ, ଆପଣଙ୍କର କଥା ରଖିବା ପାଇଁ ଲଢ଼ିବେ ଓ ଜିଲ୍ଲା କରିବେ। କେନ୍ଦ୍ର ସରକାର ଙ୍କୁ ଟାର୍ଗେଟ କରି ସେମାନେ ଗତ ଉପ ନିର୍ବାଚନ ସମୟରେ ପଦ୍ମପୁର ରେ ରେଳ ଚାଲିବ ବୋଲି କହିଥିଲେ ରେଳ ଚାଲିଲା ନାହିଁ, ହେଲେ ସେମାନେ ଲୋକଙ୍କୁ ଠକି ଦେଇଛନ୍ତି ବୋଲି କହିଥିଲେ।ଖାଲି ସେତିକି ନୁହେଁ, ମା ସମଲେଇ ପ୍ରକଳ୍ପ କୁ ମଧ୍ଯ ବନ୍ଦ କରିବାକୁ ଚେଷ୍ଟା କରିଥିଲେ, ଗୋଟିଏ ଗରିବ ଲୋକ ଜରିଆରେ ସୁପ୍ରିମକୋର୍ଟରେ କେସ୍ କଲେ, ସେଠାରେ ଫିସ୍ ହେଉଛି ୩୦ ଲକ୍ଷ ଟଙ୍କା, ଆପଣ ଜାଣନ୍ତୁ କିଏ ଚକ୍ରାନ୍ତ କରିଥିଲା l

ନବୀନ ପଟ୍ଟନାୟକଙ୍କ ସରକାର କଥାରେ ନୁହେଁ, ଯାହା କହନ୍ତି ତାହା କାମରେ କରି ଦେଖାନ୍ତି ବୋଲି ସେ କହିଥିଲେ। ଏଥି ସହିତ ବିଏସକେୱାଇ ନବୀନ କାର୍ଡ, ମହିଳା ମାନଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦଶ ଲକ୍ଷ ଟଙ୍କା, ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ତଥା ଅନ୍ୟ ଅନେକ ଜନହିତକର ଯୋଜନା ସମ୍ପର୍କରେ ଅବତାରଣା କରିଥିଲେ। ଡବଲ ଇଞ୍ଜିନ ସରକାର ହେଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ ହୋଇଯିବ ବୋଲି ଆଶଙ୍କା ପ୍ରକାଶ କରିଥିଲେ। ସଭାରେ ଶ୍ରୀ ପାଣ୍ଡିଆନ ବରଗଡ ଲୋକସଭା ପ୍ରାର୍ଥୀନୀ ପରିଣୀତା ମିଶ୍ର ଓ ପଦ୍ମପୁର ବିଧାୟିକା ପ୍ରାର୍ଥୀନୀ ବର୍ଷା ସିଂ ବରିହା ଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ପାଇଁ ନିବେଦନ କରିଥିଲେ। ପୂର୍ବରୁ ସଭାରେ ସାଂସଦ ପ୍ରାର୍ଥୀନୀ ଓ ବିଧାୟିକା ପ୍ରାର୍ଥୀନୀ ମଧ୍ୟ ଉଦବୋଧନ ଦେଇଥିଲେ। ନିଜ ଉଦବୋଧନରେ ବିଧାୟିକା ବର୍ଷା ସିଂ ବରିହା ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଜେଡ଼ି ଦଳ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ସାଥିରେ ଥିବା ପ୍ରକାଶ କରିଥିଲେ। ସେହିଭଳି ସାଂସଦ ପ୍ରାର୍ଥୀନୀ ନବୀନ ବାବୁଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ସଭାରେ ବହୁ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା l

Image

Leave A Reply

Your email address will not be published.