ପ୍ରଚାର ମୈଦାନ ରେ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ।

4

ଖଲ୍ଲିକୋଟ/ ଶିବରାମ ଜେନା : ଖଲ୍ଲିକୋଟ ର ରାଜନୈତିକ କ୍ଷେତ୍ରରେ ଲାଗିଛି ଛକାପଞ୍ଝା ଆଉ ଦଳମାନଙ୍କର ପ୍ରଚାର ପ୍ରସାର ବେଶ୍ ସରଗରମ ଥିବା ଜଣାପଡ଼ିଛି। ଏ ଅବସରରେ ଆଜି ଘ୧୨-୩୦ ମିନିଟ୍ ରେ ଭି. କେ. ପାଣ୍ଡିଆନ୍ ହେଲିକପ୍ଟର ଯୋଗେ ଖଲ୍ଲିକୋଟ ର ସ୍ଥାନୀୟ ଆର୍ . ସି . ଏମ୍ ବିଜ୍ଞାନ ମହା ବିଦ୍ୟାଳୟ ପଡିଆ ସଭାକାର୍ଯ୍ୟ ରେ ପହଞ୍ଚିଥିଲେ । ଆଜିର ମଞ୍ଚାସିନ ମୁଖ୍ୟ ଅତିଥି ଶ୍ରୀ ଭି .କେ. ,ପାଣ୍ଡିଆନ୍ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ପ୍ରାର୍ଥୀନୀ ସୂର୍ଯ୍ୟ ମଣି ଵୈଦ୍ୟ, ଆସ୍କା ଲୋକସଭା ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁ, ଖଲ୍ଲିକୋଟ ବିଜେଡି ଦଳର ପ୍ରସାର ପ୍ରଚାର ଅଧ୍ୟକ୍ଷ ଶ୍ରୀ ଡ. ସକେତ ରାମାରାଓ ବୋଲି ଜଣାପଡିଛି।

ଏ କାର୍ଯ୍ୟକ୍ରମ ରେ ବହୁସଂଖ୍ୟକ କର୍ମୀ ତଥା ଅନ୍ୟାନ୍ୟ ଜନସାଧାରଣ ଙ୍କ ସମାବେଶ ହୋଇଥିଵାର ପରିଲକ୍ଷିତ ହୋଇଥିଲା। ଓଡ଼ିଶାର ବିକାଶ ସଂପର୍କରେ ଭି.କେ. ପାଣ୍ଡିଆନ୍ ଜନତା ମଇଦାନରେ ଜନସାଧାରଣ ମାନଙ୍କୁ ଅବଗତ କରାଇଥିଲେ ଏବଂ ଏଥିପାଇଁ ସେ ସଭାସ୍ଥଳୀରେ ଥିବା ଜନ ସାଧାରଣ ଙ୍କୁ ବିକାଶମୂଳକ କାର୍ଯ୍ୟ ସମ୍ବନ୍ଧରେ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରିଥିଲେ। ମହିଳା ସଶକ୍ତିକରଣ ପାଇଁ କିଏ ଗୃହ କରିଛି ? ମଧୁବାବୁ ପେନସନ ଯୋଜନା କିଏ ପ୍ରଚଳନ କରିଛି?ପ୍ରତି ପଞ୍ଚାୟତ କୁ ଲକ୍ଷ୍ମୀ ବସ୍ ପଠାଇ ଛି କିଏ? କାଳିଆ ଯୋଜନା, ବିଜୁ ସ୍ବାସ୍ଥ୍ୟ କାର୍ଡ ମମତା ଯୋଜନା , ଏସବୁ କରିଛି କିଏ ବୋଲି ପ୍ରଶ୍ନ ପଚାରିଥିଲେ ବୋଲି ଜନଶ୍ରୁତି ରୁ ଜଣାପଡିଛି। ଜନସାଧାରଣ ସଭାସ୍ଥଳରେ ମୁଖ୍ୟ ମନ୍ତ୍ରୀ ଙ୍କ ନବୀନ ସରକାରଙ୍କ ନାଁ କହିଥିଲେ। ସଭାଶେଷରେ ସ୍ବର୍ଗତ ରାଣୀ ସାହେବଙ୍କ ପୁତୁରା ଡ଼ଃ ସକେତ୍ ରାମାରାଓ ଧନ୍ୟବାଦ ଜ୍ଞାପନ ଥିଲେ।

 

Leave A Reply

Your email address will not be published.