ଟେମରୀ ପଞ୍ଚାୟତରେ ବିଜେଡି ର କର୍ମୀ ସମ୍ମିଳନୀ, ରଣହୁଙ୍କାର ସହ ସଂକଳ୍ପ ନେଲେ ବିଜେଡି କର୍ମୀ।

4

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ପଞ୍ଚାୟତରେ ବିଜେଡ଼ି ଯୁବ ନେତା ଭୋଜରାଜ ସିଂ ବରିହା ଙ୍କ ସଭାପତିତ୍ଵରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଭାରେ ଆଗାମୀ ସାଧାରଣ ନିର୍ବାଚନରେ ପଦ୍ମପୁର ବିଧାନସଭା ବିଜେଡି ପ୍ରାର୍ଥୀନୀ ବର୍ଷା ସିଂ ବରିହା ଓ ବରଗଡ ଲୋକସଭା ସାଂସଦ ପ୍ରାର୍ଥୀନୀ ପରିଣୀତା ମିଶ୍ର କିପିରି ପୂର୍ବ ଅପେକ୍ଷା ଅଧିକ ଭୋଟରେ ବିଜୟୀ ହେବେ, ତା ଉପରେ ଆଲୋଚନା ହୋଇଥିଲା ଏବଂ ସମସ୍ତେ ୱାର୍ଡ଼ ଠାରୁ ଆରମ୍ଭ କରି ଗ୍ରାମ ସହର ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ବିକାଶର ବାର୍ତ୍ତା ଦେଇ ନିଜ ଦଳ ସପକ୍ଷରେ ଭୋଟ ଆଣିବା ପାଇଁ ବହୁ ବରିଷ୍ଠ କର୍ମୀ ମତ ସହ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଉକ୍ତ ସମ୍ମିଳନୀରେ ରାଜୁ ଘିବେଳା, ପାଇକମାଲ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଅଲତାଫ ମହମ୍ମଦ, ବୁଲୁ ନାୟକ, ମୁନା ନାୟକ ଙ୍କ ସମେତ ଶତାଧିକ ସକ୍ରିୟ କର୍ମୀ ଯୋଗ ଦେଇ ରଣହୁଙ୍କାର ଦେବା ସହ ନିଜ ଦଳର ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ସଂକଳ୍ପ ନେଇଥିଲେ।

Leave A Reply

Your email address will not be published.