ବାସୁଦେବପୁର – ଚଳିତ ନିର୍ବାଚନ ରଣାଙ୍ଗନରେ ବାସୁଦେବପୁର ରେ ଦେଖିବାକୁ ମିଳୁଛି ବିଜେପି ପକ୍ଷରୁ ମାରାଥନ ବୈଠକ, ମାରାଥନ ବାଇକ ଶୋଭାଯାତ୍ରା ଓ ସାଧାରଣ ସଭା। ଏହି କ୍ରମ ରେ ଷୋମବାର ଦିନ ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଓ ବାଣୀ କଲ୍ୟାଣ ମହାନ୍ତି କରିଥିଲେ ଶକ୍ତି ପ୍ରଦର୍ଶନ। ବିଶାଳ ବାଇକ ଶୋଭାଯାତ୍ରା ରେ ପଦ୍ମ ପୁର ରୁ ଆସି ସ୍ଥାନୀୟ ବାସୁଦେବପୁର ବଜାର ପରିକ୍ରମା କରି ମଣ୍ଡାରି ଠାରେ ଆୟୋଜିତ ହୋଇ ଥିବା ଏକ ସାଧାରଣ ସଭା ରେ ଯୋଗ ଦେଇଥିଲେ। ଆୟୋଜିତ ବିଶାଳ ଜନସମାଗମ ରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଥିବା ବେଳେ ହଜାର ହଜାର ସଂଖ୍ୟାରେ ଯୁବକ ମାନଙ୍କୁ ଦେଖିବାକୁ ମିଳି ଥିଲା। ବିଜେପି ପ୍ରତି ବଢୁଛି ଯୁବ ପୀଢ଼ି ଙ୍କ ଭଲ ପାଇବା, ବାସୁଦେବପୁର ବାସୀ ଏଥର ପରିବର୍ତ୍ତନ ଚାହୁଁଛନ୍ତି ବୋଲି କହୁଛନ୍ତି ବିଜେପି ନେତା। ବିଜେପି ପ୍ରାର୍ଥୀ ଙ୍କ ସହ ବିଜେପି ନେତା ଉଦୟ ନାରାୟଣ ମଲ୍ଲିକ, ଅଶୋକ କୁମାର ସାହୁ, ମାଧବ ନନ୍ଦ ମଲ୍ଲିକ, ପ୍ରତାପ କୁମାର ନାୟକ,ଜୟ ପ୍ରକାଶ ମଲ୍ଲିକ,ଯୁବ ମୋର୍ଚ୍ଚା ନେତା ମାନସ ସାହୁ, ତପନ ନାୟକ, ସମସ୍ତ ବରିଷ୍ଠ ନେତା, ଯୁବ ନେତା, ମହିଳା ନେତ୍ରୀ ମାନେ ଉପସ୍ଥିତ ରହି ସଫଳ କରାଇ ଛନ୍ତି। ସୂଚନା ଥାଉ କି ବାଣୀ କଲ୍ୟାଣ ଏହା ପୂର୍ବରୁ ଇରମ, ବେତଡା, ନାୟକାନଦିହ୍ ଠାରେ ଶକ୍ତି ପ୍ରଦର୍ଶନ କରି ସାରି ଥିବା ବେଳେ ଆଜି ବାସୁଦେବପୁର ରେ ବିଶାଳ ବାଇକ ଶୋଭାଯାତ୍ରା ରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ବାସୁଦେବପୁର ରେ ଏଥର ଟ୍ରି ମୁଖୀ ଲଢେଇ ଜୋରଦାର ହେବ ବୋଲି ସାଧାରଣ ମତ ପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.