ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀନୀ ବର୍ଷା ସିଂ ବରିହାଙ୍କ ମାରାଥନ୍ ପ୍ରଚାର ଆରମ୍ଭ ହୋଇଛି। ମଙ୍ଗଳବାର ସେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ କୁମୁନିବାହାଲି, ପଥୁରୀ, ପୁଢ଼େରଖାଏର, ସାଲେବାହାଲି, କୁଦୋପାଲି, ଡୁଙ୍ଗୁରିପାଲି, ଜମଲା ଗ୍ରାମରେ ପ୍ରଚାର କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖି ଯୋଜନା ଗୁଡ଼ିକ ନେଇ ଲୋକଙ୍କ ପାଖରେ ପହଞ୍ଚି ଯୋଡ଼ି ଶଙ୍ଖରେ ଭୋଟ ଦେବାପାଇଁ ଅନୁରୋଧ କରିଛନ୍ତି। ତେବେ ବିଧାୟକ ପ୍ରାର୍ଥୀନୀ ବର୍ଷାଙ୍କୁ ବିପୁଳ ଜନ ସମର୍ଥନ ମିଳୁଥିବା ବେଳେ କଂଗ୍ରେସ ଓ ବିଜେପି ଦଳଠାରୁ ପ୍ରଚାରରେ ମଧ୍ୟ ଆଗୁଆ ରହିଛନ୍ତି। ଆଜିର ପ୍ରଚାର ସମୟରେ ବ୍ଲକ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା, ଜିଲ୍ଲା ପରିଷଦ ସଦସ୍ୟ ପୂର୍ଣ୍ଣିମା ରଣା, ମହେଶ୍ବର ପୁରୀ, ରାମ ନାଗ, ମନୋରଞ୍ଜନ ପୁରୋହିତଙ୍କ ସମେତ ଶତାଧିକ ଦଳୀୟ କର୍ମୀ ସାମିଲ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.